Latest Odisha News

‘ହେଲୋ ହେଲୋ’ରେ ଜଲୱା ଦେଖାଇବେ ମଲାଇକା

ଅନେକ ବ୍ୟବଧାନ ପରେ ବଡ ପରଦାକୁ କମବ୍ୟାକ୍ କରୁଛନ୍ତି ମଲାଇକା । ‘ପଟାଖା’ ନାମକ ଫିଲ୍ମର ଏକ ଗୀତରେ ସେ ନିଜର ହଟ୍ ଲୁକରେ ନଜର ଆସିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ବିଶାଳ ଭରଦ୍ୱାଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

ବିଶାଳଙ୍କ ଏହି ଫିଲ୍ମରେ ଆଇଟମ ନମ୍ବର ରଖାଯାଇଛି । ‘ହେଲୋ ହେଲୋ’ ନାମକ ଗୀତଟିରେ ମଲାଇକା ଏକ ହଟ୍ ଲୁକରେ ନଜର ଆସିବେ । ଗୀତଟିକୁ ଗୁଲଜାର ଲେଖିଥିବାବେଳେ ନିଜେ ବିଶାଳ କମ୍ପୋଜ କରିଛନ୍ତି ଓ ରେଖା ଭରଦ୍ୱାଜ ନିଜ ସୁମଧୁର କଣ୍ଠରେ ଗାଇଛନ୍ତି ।

ଫିଲ୍ମର ମୁଖ୍ୟ ଷ୍ଟାରକାଷ୍ଟ ଭାବେ ଛୋଟ ପରଦାର ‘ମେରି ଆସିକି ତୁମସେ ହି’ର ଫେମ ରାଧିକା ମଦାନ ଓ ଦଙ୍ଗଲ ଗର୍ଲ ସାନ୍ୟା ମାଲହୋତ୍ରାଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତିତ ସୁନିଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । କମେଡିରେ ଭରପୂର ଏହି ଫିଲ୍ମରେ ବିଜୟ ରାଜ ରାଧିକା ଓ ସାନ୍ୟାଙ୍କର ପିତା ଭୂମିକା ନିଭାଉଛନ୍ତି ।

ଲମ୍ବା ବ୍ୟବଧାନ ପରେ ବିଶାଳ ନିର୍ଦ୍ଦେଶକ ଭାବେ କମବ୍ୟାକ କରୁଛନ୍ତି । ୨୮ ସେପ୍ଟେମ୍ବରକୁ ଫିଲ୍ମଟି ସିନେମା ଘରେ ରିଲିଜ ହେବାକୁ ଯାଉଛି । ଶେଷଥର ପାଇଁ ବିଶାଳ ‘ରଙ୍ଗୁନ’ରେ ନିର୍ଦ୍ଦେଶନା ଦେଇଥିଲେ ।

Leave A Reply

Your email address will not be published.