Latest Odisha News

BREAKING NEWS

କାଲିଠୁ କୋରାପୁଟରେ ଖୋଲିବ ଧର୍ମାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍

କୋରାପୁଟ : କୋରାପୁଟ ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ । ହେଲେ ଏଥିପାଇଁ କିଛି ଗାଇଡଲାଇନ୍ ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଷେଶକରି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ରହିବ । ଏହାସହ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ସଂପୁର୍ଣ୍ଣ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭୋଗ କିମ୍ବା ପ୍ରସାଦ ନେଇପାରିବେ ନାହିଁ । କୋଭିଡ କଟକଣା ପାଇଁ ଗୁପ୍ତେଶ୍ବର ଶୈବ ପୀଠରେ କାଉଡିଆଙ୍କୁ ଜଳଲାଗି କରିବାକୁ ବାରଣ କରାଯାଇଛି । ସେହିପରି ଧର୍ମାନୁଷ୍ଠାନକୁ ଆସୁଥିବା ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ଓ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ପ୍ରବେଶ ସମୟରେ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି । ଧର୍ମାନୁଷ୍ଠାନ ପରିସରରେ ଛେପ ପକାଇବାକୁ ବାରଣ କରାଯାଇଛି । ଯଦି କେହି ଏହାର ଉଲ୍ଲଂଘନ କରିବେ, ତେବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.