ଭୁବନେଶ୍ବର: ତ୍ୱଚାର ଡ୍ରାଇନେସ୍ ଦୂର କରିବା ପାଇଁ ଆମେ ମଶ୍ଚରାଇଜର କ୍ରିମ୍ ଓ ବଡି ଲୋଶନର ବ୍ୟବହାର କରିଥାଉ। ହେଲେ ଏମିତି କିଛି ତେଲ ରହିଛି; ଯାହାକୁ ଶୀତଦିନେ ତ୍ୱଚାରେ ଲଗାଇଲେ ତ୍ୱଚାର ଶୁଷ୍କତା ହ୍ରାସ ପାଏ ଓ ଚେହେରାରେ ଗ୍ଲୋ ଆସେ ।
-ଶୀତଦିନେ ତ୍ୱଚାରେ ବ୍ଲଡ୍ ସର୍କୁଲେଶନ୍କୁ ଠିକ୍ ରଖିବାରେ ସୋରିଷ ତେଲରେ ମସାଜ କରନ୍ତୁ ।
-ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ନଡିଆତେଲରେ ଥାଏ । ଶୀତଦିନେ ହେଉଥିବା ବିଭିନ୍ନ ପ୍ରକାର ତ୍ୱଚାଜନିତ ସମସ୍ୟାରୁ ରକ୍ଷା କରେ ।
-ଅଲିଭ୍ ତେଲର ତେଲରେ ମସାଜ କଲେ ତ୍ୱଚା ସଫ୍ଟ ହେବା ସହ ଗ୍ଲୋଇଂ ହୁଏ ।
-ସୂର୍ଯ୍ୟମୁଖୀ ତେଲରେ ବିଟା କାରୋଟିନ୍ ଓ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଥାଏ । ଶୀତଦିନେ ଏହାକୁ ବ୍ୟବହାର କଲେ ବ୍ୟାକ୍ଟେରିଆଲ୍ ଇନ୍ଫେକ୍ସନ୍, ବ୍ରଣ ସମସ୍ୟାରୁ ମୁକ୍ତି ମିଳେ ।
-ଭିଟାମିନ୍ ଏ, ବି ଓ ସି’ରେ ଭରା ବାଦାମ ତେଲକୁ ଶୀତଦିନେ ତ୍ୱଚାରେ ମାଲିସ୍ ସନ୍ ଟ୍ୟାନ୍ ଓ ଡେଡ୍ ସ୍କିନ୍ ସମସ୍ୟାରୁ ବି ମୁକ୍ତି ମିଳିଥାଏ।