ପୁରୀ: ସଙ୍ଗରୋଧରେ ରହିବେ ସେବାୟତ । ରଥକାମରେ ନିୟୋଜିତ ଥିବା ବିଶ୍ୱକର୍ମା ସେବାୟତଙ୍କୁ ଆଜିଠାରୁ ସଙ୍ଗରୋଧରେ ରଖାଯିବ । ତିନିଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧରେ ରହିବା ସମୟରେ ସେବାୟତଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ଦିଆଯିବ । ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ ଏହି ପରୀକ୍ଷା କୋଭିଡ ପରୀକ୍ଷା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।
କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥନିର୍ମାଣ କାମ ଆଗେଇ ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ପରେ ରଥଖଳାରେ ୩ଦିନ ହେଲାଣି ରଥ କାମ ଚାଲିଛି । ସାମାଜିକ ଦୂରତା ଭିତରେ ମାସ୍କ ପିନ୍ଧି କାମ କରୁଛନ୍ତି ବିଶ୍ୱକର୍ମା ସେବାୟତ । ରଥଖଳାକୁ କପଡାରେ ଢାଙ୍କି ଚାରିପଟ ବ୍ୟାରିକେଡ୍ କରାଯାଇଛି । ରଥଖଳାଠାରୁ ୨ ଶହ ମିଟର ଯାଏ ଅଂଚଳକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ତେବେ ରଥଯାତ୍ରା ହେବକି ନାହିଁ ସେନେଇ ନିଷ୍ପତି ହୋଇନାହିଁ ।
Comments are closed.