Latest Odisha News

BREAKING NEWS

ଗ୍ରାମାଂଚଳ ପ୍ରତି ଅଧିକ ବିପଦ ରହିଛି: ଗଂଜାମ ଜିଲ୍ଲାପାଳ

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ କରୋନା ମୁକାବିଲା ସ୍ଥିତି ଉପରେ ଜିଲ୍ଲାପାଳ, ବିଧାୟକ, ସାଂସଦଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଭିଡିଓ କନଫରେନ୍ସିଂରେ ହୋଇଥିିବା ଏହି ଆଲୋଚନାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଜିଲ୍ଲାର ଗ୍ରାମାଂଚଳ ପ୍ରତି ଅଧିକ ବିପଦ ରହିଛି । ତେଣୁ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ କରାଯାଉଛି ।

ଜିଲ୍ଲାପାଳ କହିଛନ୍ତି, ଗଂଜାମରେ ବର୍ତମାନ ୪୦ ହଜାର ଲୋକ କ୍ୱାରେଂଟିନରେ ଅଛନ୍ତି । ଆଜି ଟ୍ରେନରେ ଆଉ ୨ ହଜାର ପ୍ରବାସୀ ଓଡିଆ ଜିଲ୍ଲାରେ ପହଁଚିଛନ୍ତି । ଜିଲ୍ଲାରେ ୨୯୮୩ କ୍ୱାରେଂଟିନ୍ ସେଂଟର ଅଛି । କ୍ୱାରେଂଟିନ୍ ସେଂଟର ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । କୌଣସି ଲୋକ ଯେମିତି ଏହି ସଙ୍ଗରୋଧ କେନ୍ଦ୍ରରୁ ଖସିନଯିବେ , ସେଥିପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.