Latest Odisha News

BREAKING NEWS

ଆଜି ସମସ୍ତ ମହିଳା କ୍ର‌୍ୟୁ ସଦସ୍ୟଙ୍କ ଦାୟିତ୍ୱରେ ‘ଏୟାର୍ ଇଣ୍ଡିଆ’ ବିମାନ

ନୂଆଦିଲ୍ଲୀ : ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯାଉଥିବା ବେଳେ ଏହି ଦିବସ ଲାଗି ଏୟାର ଇଣ୍ଡିଆ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ।

‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଏୟାର ଇଣ୍ଡିଆ ନିଜର ୧୨ଟି ଅନ୍ତର୍ଜାତୀୟ ଉଡାଣ ଓ ୪୦ରୁ ଅଧିକ ଘରୋଇ ଉଡାଣ ଲାଗି କେବଳ ମହିଳା ଦଳଙ୍କୁ ପରିଚାଳନା ଦାୟିତ୍ୱ ପ୍ରଦାନ କରିଛି।

ଅନ୍ତର୍ଜାତୀୟ ଉଡାଣ କ୍ଷେତ୍ରରେ ଦିଲ୍ଲୀ-ସିଡନୀ, ମୁମ୍ବାଇ-ଲଣ୍ଡନ, ଦିଲ୍ଲୀ-ରୋମ୍, ଦିଲ୍ଲୀ-ଲଣ୍ଡନ, ମୁମ୍ବାଇ-ଦିଲ୍ଲୀ-ସାଂଘାଇ, ଦିଲ୍ଲୀ-ପ୍ୟାରିସ୍, ମୁମ୍ବାଇ-ନ୍ୟୁୟର୍କ, ଦିଲ୍ଲୀ-ନ୍ୟୁୟର୍କ, ଦିଲ୍ଲୀ-ୱାସିଂଟନ୍, ଦିଲ୍ଲୀ- ଚିକାଗୋ ଏବଂ ଦିଲ୍ଲୀ-ସାନ୍ ଫ୍ରାନ୍ସିକୋକୁ ମହିଳା ପାଇଲଟ ଉଡାଣରେ ରହିବେ ।

ଏହାବ୍ୟତିତ ମହିଳା ପାଇଲଟଙ୍କ ସମେତ କ୍ୟାବିନ୍ କ୍ରୁ ମେମ୍ବର ‘ଅନ୍ତର୍ଜାତୀୟ ମହିଳା ଦିବସ’ ପରିପ୍ରେକ୍ଷୀରେ ୪୦ରୁ ଅଧିକ ଘରୋଇ ଉଡାଣ ଲାଗି କେବଳ ମହିଳା ଦଳ ପାରିବାରିକ ବିମାନ ଏୟାରବସ ସହିତ ଡ୍ରିମଲାଇନର ମଧ୍ୟ ଉଡାଇବେ ।

Leave A Reply

Your email address will not be published.