Latest Odisha News

BREAKING NEWS

କଟକ ଏସସିବିର ପାଥୋଲୋଜି ବିଭାଗରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ବଡ ମେଡିକାଲର ପାଥୋଲୋଜି ବିଭାଗର ୨ଟି ରୁମରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ପାଥୋଲୋଜି ବିଭାଗର ୨ଟି ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । କିଛି ପରିଚାରିକା ଉକ୍ତ ସ୍ଥାନରେ ନିଆଁ ଦେଖି ସଙ୍ଗେସଙ୍ଗେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ ।

ଖବର ପାଇ ମଙ୍ଗଳାବାଗ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଚଳାଇଥିଲା । ପ୍ରାୟ ୨ଘଣ୍ଟାର କସରତ ପରେ ସେମାନେ ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ଅନେକ ବୈଦ୍ୟୁତିକ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ପାଉଁଶ ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏଯାବତ୍ ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ରୁମ୍ ମଧ୍ୟରେ ରହିଥିବା ଏସି ସର୍ଟସର୍କିଟ୍ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଗ୍ନିଶମ କର୍ମଚାରୀମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.