Latest Odisha News

BREAKING NEWS

ବିଶ୍ୱ କିଡନୀ ଦିବସ: ଭାରତରେ ପ୍ରତି ୧୦ଲକ୍ଷରେ ୮୦୦ଜଣ କିଡନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେଥିପାଇଁ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହୌି ଦିବସ ପାଳନ ହେଉଛି । ଚଳିତ ବର୍ଷର ଥିମ୍ ରହିଛି ‘କିଡନୀ ରୋଗ ନିରୂପଣରୁ ନିରାକରଣ-ସବୁଠାରେ ସବୁ ସମୟରେ ଏବଂ ଚିକିତ୍ସାର ସମାନୁପାତିକ ବିତରଣକୁ ସାକାର କରିବା ନିମନ୍ତେ ଚେଷ୍ଟା ।’

ସାରା ବିଶ୍ୱରେ ୮୫ କୋଟି ଲୋକ କିଡନୀ ରୋଗରେ ଆକ୍ରାନ୍ତ । ଭାରତରେ ପ୍ରତି ୧୦ ଲକ୍ଷରେ ୮୦୦ଜଣ ଲୋକ କିଡନୀ ରୋଗର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୧୫୦ରୁ ୨୩୦ଜଣ କେବଳ ଡାଏଲିସିସ କିମ୍ବା କିଡନୀ ପ୍ରତିରୋପଣ କରିପାରିଥାନ୍ତି । ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଲୋକଙ୍କ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହେଉଛି । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର ବିଷୟ ହୋଇଛି ।

Leave A Reply

Your email address will not be published.