Latest Odisha News

BREAKING NEWS

ଖୋର୍ଦ୍ଧାରୁ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଓଡିଶା ସ୍ପେଶାଲ ଟାସ୍କ ଫୋର୍ସ ଚଢାଉ କରି ପ୍ରାୟ ୧କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ଓଜନ ପାଖାପାଖି ୧ କେଜି ହେବ।

ସୂଚନାନୁଯାୟୀ, ଉକ୍ତ ଅଞ୍ଚଳରେ ବଡଧରଣର ବ୍ରାଉନ୍ ସୁଗାର କାରବାର ହେଉଥିବା ନେଇ ଖବର ପାଇ ଏହି ଟିମ୍ ଚଢାଉ କରିଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି ।

ପରେ ଚଢାଉ ବେଳେ ସେହି ସ୍ଥାନରୁ ୧ କେଜି ଓଜନର ବ୍ରାଉନ ସୁଗାର ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି । ବିଭିନ୍ନ ରାଜ୍ୟ ସହ ସମ୍ପୃକ୍ତ ବ୍ୟକ୍ତିଙ୍କର ଲିଙ୍କ ଥିବା ନେଇ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.