ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଲଜ୍ଜା । ଶୁକ୍ରବାର ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ୫ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ସୂଚନା । ଏନେଇ ଶନିବାର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଯୁବତୀ ଜଣକ ବାଙ୍ଗିରିପୋଷି ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ଯୁବତୀଙ୍କୁ କମ୍ପାନୀରେ ଚାକିରି କରାଇଦେବାକୁ କହି ଘରୁ ଏକ ଓମିନି ଗାଡ଼ିରେ ୨ ଜଣ ଡାକି ଆଣିଥିଲେ । ପରେ ରାସ୍ତାରୁ ଆଉ ୩ ଜଣ ଦୁର୍ବୁତ୍ତ ଉକ୍ତ ଗାଡ଼ିରେ ଚଢିଥିଲେ । ବାଙ୍ଗିରିପୋଷିରୁ ଉଦଳା ଆଣି ରାସ୍ତାକଡରେ ଗାଡି ଛିଡା କରି ୫ ଜଣ ଯୁବକ ଗଣବଳାତ୍କାର କରିଥିଲେ ।
ଯୁବତୀଜଣକ ପାଟି କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ଗାଡି ବାହାରକୁ ଠେଲି ଦେଇ ଫେରାର ହୋଇଯାଇଥିଲେ । ଯୁବତୀଜଣକ ଏ ସମ୍ପର୍କରେ ଘରେ ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ନେଇ ସୂଚନା ଦେଲେ ମୟୂରଭଞ୍ଜ ଏସପି ।
Comments are closed.