Latest Odisha News

BREAKING NEWS

୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା: ଗର୍ଭବତୀ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଏକ ଅତ୍ୟନ୍ତ ଜଘନ୍ୟ ଏବଂ ଗମ୍ଭୀର ଅପରାଧ। ଏହା ଜାଣିବା ସତ୍ତ୍ୱେ ଅପରାଧ କରିବାକୁ ପଛାଉନାହାଁନ୍ତି ଅପରାଧୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ପାଷ୍ଟର ଡାକି ୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସଦର ଥାନା ପାଷ୍ଟିକୂଡି ପଞ୍ଚାୟତ ଠେମରା ଗ୍ରାମର ପାଷ୍ଟର ଜିନେଶ କୁମାର ଗର୍ଭବତୀ ମହିଳା ଓ ସ୍ବାମୀ ଙ୍କୁ ଗତ ୭ ତାରିଖ ଦିନ ଘରକୁ ଡାକିଥିଲେ। ସ୍ବାମୀକୁ ମଦ ପିଆଇ ମହିଳାକୁ ପ୍ରାର୍ଥନା କରିଦେବି କହି ରୁମକୁ ନେଇ ୨ଘଣ୍ଟା ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା। ଯଦି କାହା ପାଖରେ କହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଜୀବନ ଭୟରେ ଲୁଚିକି ପଲାଇ ଆସିଥିଲେ ସ୍ବାମୀ ସ୍ତ୍ରୀ । ଗତ ୮ତାରିଖରୁ ଭବାନିପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ପରେ ମଙ୍ଗଳବାର ପୀଡିତାଙ୍କୁ ଡାକି ଡାକ୍ତରୀ ମାଇନା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭବାନୀପାଟଣା ସଦର ପୋଲିସ ।

Leave A Reply

Your email address will not be published.