Latest Odisha News

ମେଡିକାଲ କଲେଜରୁ ନବଜାତ ଚୋରି ଘଟଣା; ଶିଶୁ ଉଦ୍ଧାର, ମହିଳା ଗିରଫ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ୍ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ବାରିପଦା ଟାଉନ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଖୋଜାଖୋଜି କରିଥିଲା ।

ପ୍ରସୂତି ମହିଳା ଜଣକ ହେଲେ ବାରିପଦା ସଦରଥାନା ଅଧୀନ ରାଣୀଭୋଳ ଗ୍ରାମର ଫୁଲମଣି ସୋରେନ(୨୦), ପିତା ଧାନାଇ ହାଁସଦା ।

ସୂଚନାଯୋଗ୍ୟ, ଆଜି ସକାଳୁ ମହିଳା ପିଲାଚୋର ଜଣକ କୌଶକ୍ରମେ ଛୁଆକୁ ନେଇ ଛୁ ମାରିଛି । ଧାନାଇ ପିଲା ଚୋର ମହିଳାଙ୍କୁ ବହୁ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି କରିବା ପରେ ଛୁଆକୁ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ ଦମ୍ପତି ଓ ଆଶା ଦିଦି ।

ମିଳିଥିବା ସୂଚନା ଅନୁଯାୟୀ ,  ଶିଶୁପୁତ୍ର  ଉଦ୍ଧାର ହୋଇଛି । ଚୋରୀ କରିଥିବା ଅଭିଯୁକ୍ତ ମହିଳା ଜଣକ ଗିରଫ ହୋଇଛନ୍ତି । ବୈଶୀଙ୍ଗା ଥାନା ଅଞ୍ଚାଲରୁ ମହିଳାଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହେଲେ ପାର୍ବତୀ ହେମ୍ବ୍ରମ ।

Comments are closed.