Latest Odisha News

BREAKING NEWS

ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ଵର: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ମାଲକାନଗିରିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର । ପୋଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରଯାଇଛି । ତେବେ ଅନ୍ୟ ୨ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଜକୁ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇଦେବା ନାଁରେ କିଛି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। କିନ୍ତୁ ପରେ ନା ଚାକିରି ମିଳିଥିଲା ନ ଟଙ୍କା। ଶେଷରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏ ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ। ପୋଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରଯାଇଛି । କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ରମେଶଙ୍କ ସହ ଆଉ ୨ ଜଣ ମଧ୍ୟ ରାକେଟରେ ସଂପୃକ୍ତ ଥିବା ନେଇ ଏତଲା ହୋଇଛି । ମାଲକାନଗିରି ମାଥିଲିର ବିଜେଡି ଜିଲ୍ଲା ପରିଷଦ ସଭ୍ୟାଙ୍କ ନାଁରେ ମଧ୍ୟ ଏତଲା ହୋଇଛି । ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କ ସହ ମୋଟ ୩ ଜଣଙ୍କ ନାଁରେ ଏତଲା ହୋଇଛି । ମୁଖ୍ୟ ଅଭିଯୁକ୍ତ ରମେଶକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଖୋଜୁଛି ମାଲକାନଗିରି ପୋଲିସ ।

 

Comments are closed.