Latest Odisha News

BREAKING NEWS

ବ୍ରହ୍ମଚାରୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯାଜପୁର: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ବ୍ରହ୍ମଚାରୀ ହାଇସ୍କୁଲରୁ ।

କୋଭିଡ଼ ପାଇଁ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ କରାଯାଉଛି । ହେଲେ ଏହି ବିଦ୍ୟାଳୟରେ ନିୟମିତଭାବେ ଚାଉଳ ବଣ୍ଟନ କରାଯାଉନଥିବା ଅଭିଯୋଗ ହୋଇଛି । ଚାଉଳରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଥିବା ଅର୍ଥ ରାଶି ମଧ୍ୟ ସଠିକଭାବେ ବଣ୍ଟନ ହେଉନଥିବା ଅଭିଯୋଗ ହୋଇଛି । ସେପେଟେ ମଧ୍ୟାହ୍ନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

Leave A Reply

Your email address will not be published.