Latest Odisha News

ସୁନ୍ଦରପଦା ହତ୍ୟାକାଣ୍ଡ ଘଟଣା, ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୁନ୍ଦରପଦା ଦୀପୁ ରାଉତ ହତ୍ୟାକାଣ୍ଡ ମାମଲା ।ଏହି ମାମଲରେ ଦୁଇ ଅଭିଯୁକ୍ତ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଭିକି ମଲିଆ ଓ ସୁଜିତ ମଲିଆ ।ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।ଏନେଇ ଡିଜିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଗତ ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତିରେ ସୁନ୍ଦପଦା ନୂଆସାହି ଅଞ୍ଚଳରେ ନୂଆବର୍ଷ ଭୋଜି କରୁଥିଲେ । ଏହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆଶି ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ବଢିବରୁ ସେମାନେ ଦୀପୁ ରାଉତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୀପୁଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.