Latest Odisha News

BREAKING NEWS

ସମ୍ବଲପୁରରେ ଶୋଭାଯାତ୍ରା ସାରି ଫେରିବା ବେଳେ ଯୁବକଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର: ସହର ଭିତରେ ବ୍ୟାପକ ପୋଲିସ ମୁତୟନ ଥାଇ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂଧ୍ଯାରେ ସହର ହିତରେ ଚାଲିଥିବା ହନୁମାନ ଜୟନ୍ତୀ ଦେଖି ଫେରିବା ବାଟରେ ଚନ୍ଦ୍ରମଣି ମିର୍ଦ୍ଦା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ବଡସିଂହାରୀ ଗାଁର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଯୁବକଙ୍କୁ ପଥରମାଡ଼ କରିଥିଲେ ନିର୍ଦ୍ଧିଷ୍ଟ ଗୋଷ୍ଠୀ । ସେ ତଳେ ପଡିଯିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି। ଏକାଧିକ ଦୁର୍ବୃତ୍ତ ଏହି ଆକ୍ରମଣରେ ସାମିଲ ଥିବା ସୂଚନା ରହିଛି। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

ଏହାପରେ ପରିସ୍ଥିତି ଉତ୍ତେଜନା ହେବା ଆଶଙ୍କା କରି ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଥିବା ସୂଚନା ରହିଛି। ଆଜି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। ଘରୁ ବାହାରିବା ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି ଅବଧି ମଧ୍ୟରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିବ ବୋଲି ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।

ଶୁକ୍ରବାର ସଂଧ୍ୟାରେ ସହର ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା। ସଂଧ୍ୟା ୬ଟା ବେଳେ ଧନକଉଡ଼ା ଠାରୁ ଶୋଭାଯାତ୍ରା ବାହାରିଥିଲା।ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ଉପରେ ନଜର ରଖିବାକୁ ପୋଲିସ ଡ୍ରୋନ୍ ବ୍ୟବହାର କରିଥିଲା। ଆଉ ନିଜେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍‌ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ୪୨ ଫ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.