Latest Odisha News

BREAKING NEWS

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଦଳୀୟ ମହିଳା ନେତ୍ରୀ, ପୋଲିସ ସ୍ପଷ୍ଟ କରୁନି ଏତଲା ବାବଦରେ

ଭୁବନେଶ୍ୱର: ଶ୍ରମ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାଜଧାନୀର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗୁରୁବାର ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ମନ୍ତ୍ରୀଙ୍କ ବିରୋଧରେ ଏତଲା ଗ୍ରହଣ କରିବ କି ନାହିଁ ଜାଣିପାରୁନି। ଅଭିଯୋଗକାରୀଙ୍କର ଡାକ୍ତରୀ ପରୀକ୍ଷା କରାଯିବ ସହ ଦୀର୍ଘ ସମୟ ଧରି ଥାନାରେ ରହିବା ପରେ ମଧ୍ୟରାତ୍ରିରେ ଥାନାରୁ ବାହାରିବା ପରେ ମୁହଁ ନଖୋଲିବା ପଛରେ ଦଳର ଶୀର୍ଷ ନେତାଙ୍କ ଚାପ ପଡ଼ିଥିବା କୁହାଯାଉଛି।

ଅଭିଯୋଗକାରୀ ହେଉଛନ୍ତି ସଞ୍ଜୁକ୍ତା ମହଲ। ଗୁରୁବାର ସକାଳେ ଭୁବନେଶ୍ୱର ଥାନାକୁ ଯାଇଥିବା ବେଳେ ଅପରାହ୍ନରେ ତାଙ୍କର ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସନ୍ଧ୍ୟାରେ ତାଙ୍କୁ ପୁଣି ଥାନାକୁ ଅଣାଯାଇଥିବା ବେଳେ ଶ୍ରମମନ୍ତ୍ରୀଙ୍କ ବିରୋଧରେ ସେ କରିଥିବା ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ମୁଁ କାହାକୁ ଭୟ କରେ ନାହିଁ କିମ୍ବା କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହେଁ ନାହିଁ। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମୋର ଅଭିଯୋଗ ରହିଛି। ପୋଲିସ ସହ ମେଡିକାଲରୁ ବାହାରିବା ପରେ ଶ୍ରୀମତୀ ମହଲ ଏହା କହିଛନ୍ତି। ମୋତେ ନ୍ୟାୟ ଦେବେ ବୋଲି ଆଇନ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

ବିଜେପି ନେତ୍ରା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜଣେ ବିଜେଡି ମହିଳା ନେତ୍ରୀ ଓ 20 ବର୍ଷ ଧରି ଦଳର ସଦସ୍ୟା, ପୋଲସରା ବିଧାୟକ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଯଦିଓ ସଂପୃକ୍ତ ମହିଳା ସଞ୍ଜୁକ୍ତା ମହଲ ଥାନାରେ ଏଫଆଇଆର ଦେଇଛନ୍ତି ହେଲେ ପୁଲିସ ଏବାବଦରେ ସ୍ପଷ୍ଟ ନକରିବା ମାମଲାକୁ ଭିନ୍ନ ଦିଗ ଦେଇଛି।

କଂଗ୍ରେସ ମଧ୍ୟ ବିଜେଡିକୁ ସମାଲୋଚନା କରି ପୋଲସରା ବିଧାୟକଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛି। ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଶ୍ରୀକାନ୍ତ ସାହୁଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ। ସେହିପରି ଆଉ ଜଣେ ବିଧାୟକ ବିଜୟ ଶଙ୍କର ଦାସ ତାଙ୍କ ପ୍ରେମିକାଙ୍କ ଅଭିଯୋଗରେ ଠକେଇ କରି କେଉଁଠି ଲୁଚି ରହିଛନ୍ତି। ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ ଅଭିଯୋଗ ରହିଛି। ଦଳ ପକ୍ଷରୁ କାହାକୁ ଦଣ୍ଡିତ କରାଯାଇନାହିଁ। ଲୋକେ ଏସବୁ ଦେଖୁଛନ୍ତି ଏବଂ ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖ୍ୟାନ କରିବେ।

ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ଅଭିଯୋଗକାରୀ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତାହାର ସମୀକ୍ଷା କରୁଛନ୍ତି। ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପୂର୍ବରୁ ବିରୋଧୀଙ୍କ ଦାବି ଅନୁଯାୟୀ ନିଷ୍ପତ୍ତି ନିଆଯାଇପାରିବ ନାହିଁ।

Leave A Reply

Your email address will not be published.