Latest Odisha News

BREAKING NEWS

ବୃକ୍ଷ ରୋପଣ ନାଁରେ ଦେଢ଼ କୋଟି ଘୋଟାଲା

ବଲାଙ୍ଗୀର : ବୃକ୍ଷରୋପଣ ନାଆଁ ରେ ଦେଢ଼ କୋଟି ଘୋଟାଲା । ଦେଢ କୋଟି ଟଙ୍କାର ବୃକ୍ଷରୋପଣ ଯାହାକି ବ୍ଲକ ଓ ବନ ବିଭାଗ ପକ୍ଷରୁ କରାଯାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ଗ୍ରାଉଣ୍ଡରେ ବାସ୍ତବ କିଛି ଅଲଗା । ବ୍ଲକର ୨୬ଟି ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ପ୍ରାୟ ୧୫ ଲକ୍ଷ ୬୦ହଜାର ଟଙ୍କାର ବୃକ୍ଷରୋପଣ ସ୍ପଷ୍ଟ ଜଣା ପଡୁଛି। ମନରେଗା ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ଦେଓଗାଁ ବ୍ଲକରେ ପ୍ରାୟ  ଦେଢ କୋଟି ଟଙ୍କାର ବୃକ୍ଷରୋପଣ ଯାହାକି ବ୍ଲକ ଓ ବନ ବିଭାଗ ପକ୍ଷରୁ କରାଯାଇଥିବା ସରକାରୀ ତଥ୍ୟ  କହୁଛି । କିନ୍ତୁ ଗ୍ରାଉଣ୍ଡରେ ବାସ୍ତବ କିଛି ଅଲଗା ।

କେଉଁଠି ଗାତ ଖୋଳିଛାଡି ଦିଆଜାଇଛି ତ କେଉଁଠି ଗାତ ନାହିଁ । ବ୍ଲକର ୨୬ଟି ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ପ୍ରାୟ ୧୫ ଲକ୍ଷ ୬୦ହଜାର ଟଙ୍କାର ବୃକ୍ଷରୋପଣ ସ୍ପଷ୍ଟ ଜଣା ପଡୁଛି। ଏପରି କି ୧୩ ଟିସ୍ଥାନରେ ବୃକ୍ଷରୋପଣ କରାଯାଇଥିବା ସରକାରୀ ରେକଡ କହୁଛି। ଗଛ ଲଗାଇବାର ୪ ବର୍ଷ ପରେ କିଛି ଜାଗା ବୃକ୍ଷ ଶୂନ୍ୟ ହୋଇଛି। ଏହି ସ୍ଥାନରେ ଗାତ ନାହିଁ କି ଗଛ ନାହିଁ ।

ଯଦି ଗଛ ବୃକ୍ଷରୋପଣ ହୋଇଥିଲା ଗଛ ସବୁ ଗଲା କୁଆଡେ ବୋଲି ଗ୍ରାମ ବାସୀ ଅଭିଯୋଗ ଆଣିଛନ୍ତି । କିଛି ମାସ ପୂର୍ବରୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବୃକ୍ଷରୋପଣ ହୋଇଥିବା ସ୍ଥାନଗୁଡିକୁ ତଦାରଖ କରି ଦୂର୍ନୀତି ପ୍ରମାଣ ହେଲେ କାର୍ଯାନୁଷ୍ଠାନ ହେବ ବୋଲି କହିଥିଲେ। ତଥାପି କୌଣସି କାର୍ଯାନୁଷ୍ଠାନ ହୋଇନାହିଁ। ଏହାର ତୁରନ୍ତ ଅଡିଟ କରାଯାଇ କାର୍ଯାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।

 

 

Leave A Reply

Your email address will not be published.