Latest Odisha News

BREAKING NEWS

ଆଫଗାନିସ୍ତାନରେ ପୁଣି ଥରେ ସକ୍ରିୟ ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ସକ୍ରିୟ ହେଲେଣି ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ । ଏବେ ଏହି ଆତଙ୍କୀ ଗୋଷ୍ଠୀ ଆଫଗାନିସ୍ତାନର ଦକ୍ଷିଣୀ ସହରକୁ କବଜା କରିବାକୁ ଚେଷ୍ଟା ଚଳାଇଛନ୍ତି । ଆଫଗାନିସ୍ତାନରେ ଏଭଳି ସ୍ଥିତି ଯୋଗୁ କାନ୍ଧାର ସ୍ଥିତ ବାଣିଜ୍ୟ ଦୂତାବାସରୁ ୫୦ ଭାରତୀୟ ଅଧିକାରୀଙ୍କୁ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭାରତୀୟ ଅଧିକାରୀଙ୍କୁ ସେଠାରୁ ଆଣାଯାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହାଛଡ଼ା ଏକ ବନ୍ଧୁ ରାଷ୍ଟ୍ର ଭାବେ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବାକୁ ଭାରତ କାର୍ଯ୍ୟ କରିବ । ଏହାସନ ଆଫଗାନିସ୍ତାନ ସ୍ଥିତି ଉପରେ ଭାରତର ନଜର ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ପୁଣି ଆତଙ୍କରାଜ ଆରମ୍ଭ କରିଛନ୍ତି । ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିବା ପରେ ତାଲିବାନ ଗୋଷ୍ଠୀ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ ନିଜ କବଜାକୁ ନେଇ ସାରିଥିବା ଦାବି କରିଛି । କନ୍ଧାର ସହରରେ ମଧ୍ୟ ତାଲିବାନ ପ୍ରବେଶ କରିସାରିଛି ବୋଲି ଦାବି କରିବା ପରେ, ଭାରତୀୟ ବାଣିଜ୍ୟ ଦୂତାବାସରୁ ଅଧିକାରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ଭାରତ । ପାକିସ୍ତାନର କେତେକ ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ସହ ସାମିଲ ହୋଇ ଦକ୍ଷିଣ ଆଫଗାନିସ୍ତାନକୁ କବଜା କରିବାକୁ ଚେଷ୍ଟା ଚଳାଇଛନ୍ତି । ତାଲିବାନର ଏହି ବିସ୍ତାରବାଦୀ ନୀତି ପଡ଼ୋଶୀ ଇରାନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି । ଏପରିକି ଏଥିରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.