Latest Odisha News

BREAKING NEWS

୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି ଅଭିଯୋଗ

ପୁରୀ: ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି । ଡଙ୍ଗା, ଇଞ୍ଜିନ୍, ଜାଲ ଆଦି କିଣିବା ପାଇଁ ଋଣ କରାଯାଇଛି ହେଲେ ମତ୍ସ୍ୟଜୀବୀ କିଛି ଜାଣି ନାହାନ୍ତି । ୨୦୧୩ ମସିହାରୁ ଏଭଳି ହୋଇଥିବା ଅଭିଯୋଗ କରିଛି ସାଗରପୁତ୍ର ମତ୍ସ୍ୟଜୀବୀ ସୋସାଇଟି । ପ୍ରାୟ ୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଏଭଳି ଋଣ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଏବଂ କେପି କଷ୍ଟ୍ରକ୍ସନ୍ସ ଓ ସାରିନ ଏଣ୍ଟର ପ୍ରାଇଜର୍ସ ନାମକ ୨ ଘରୋଇ ସଂସ୍ଥା ଏହି ଜାଲିଆତିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ୨୦୧୩ ମସିହାରୁ ୯୦୦ ମତ୍ସ୍ୟଜୀବୀଙ୍କ  ନାଁରେ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ସାଗର ପୁତ୍ର ମତ୍ସ୍ୟଜୀବୀ ସୋସାଇଟି ଓ ଜଗନ୍ନାଥ ସେନା ମିଳିତ ଭାବେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଅଭିଯୋଗ କରିଛନ୍ତି । ଜିଲ୍ଲା ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ପତ୍ର ମାଧ୍ୟମରେ ଅଭିଯୋଗ କରିଛି ସଂଘ ।

ଗରିବ ମତ୍ସ୍ୟଜୀବୀ ମାନଙ୍କ ନାମରେ ଋଣ ଟଙ୍କା ବ୍ୟାଙ୍କରେ ଗଡ଼ୁଛି । ନିଜ ପେଟ ପୋଷିବାକୁ ଅକ୍ଷମ ମତ୍ସ୍ୟଜୀବୀ ଋଣ କିଭଳି ସୁଝିବେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏଭିଯୋଗ ନେଇ ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Leave A Reply

Your email address will not be published.