Latest Odisha News

BREAKING NEWS

ଶ୍ରମିକଙ୍କ ପେଟରେ ଖଣି କମ୍ପାନୀର ଲାତ; ୭ ମାସ ହେଲା ମିଳିନାହିଁ ଦରମା, ଆନ୍ଦୋଳନରେ କର୍ମଚାରୀ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ କ୍ରୋମାଇଟ୍ ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଆଜି ୩ୟ ଦିନରେ ପହଞ୍ଚିଛି । ୭ ମାସର ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ଧାରଣାରେ ବସିଛନ୍ତି।

ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଚାଲିଛି ଏହି ଆନ୍ଦୋଳନ। ମହାମାରୀ କରୋନା କାଳରେ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ୭ ମାସ ହେବ ଦରମା ପ୍ରଦାନ କରିନାହାଁନ୍ତି ଖଣି କର୍ତ୍ତୃପକ୍ଷ। ଫଳରେ ଏହି ଜଟିଳ ପରିସ୍ଥିତିରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ନାନା ସମସ୍ୟା ଉପୁଜିଛି।

ଏଥିସହିତ ଇପିଏଫ୍ ବାବଦରେ ଟଙ୍କା କଟାଯାଇଥିଲେ ମଧ୍ୟ ଦେଢ ବର୍ଷ ହେବ ତାହା ଡିପୋଜିଟ୍ ହୋଇନାହିଁ। ବୋନସ୍ ପ୍ରଦାନରେ ମଧ୍ୟ ଖଣି କର୍ତ୍ତୃପକ୍ଷ ଅବହେଳା କରିଛନ୍ତି। ଏହାର ସମାଧାନ ପାଇଁ ଶ୍ରମିକମାନେ ପୂର୍ବରୁ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.