Latest Odisha News

BREAKING NEWS

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ନେଇ ଆଶା ବଢ଼ିଲା, ଆଇସିସିର ଉଦ୍ୟମ ଆରମ୍ଭ

ଦୁବାଇ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ଆଶା ଉଜ୍ଜୀବିତ ହୋଇଛି । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆବଶ୍ୟକୀୟ ଉଦ୍ୟମ ଆରମ୍ଭ କରିଛି । କ୍ରିକେଟ୍ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ଆଇସିସି ସଦସ୍ୟ ବୋର୍ଡଗୁଡ଼ିକୁ ଆହ୍ବାନ କରିଛି । ସଦସ୍ୟମାନଙ୍କୁ ଏଥିନେଇ ଏକ ପ୍ରଶ୍ନ ତାଲିକା ମଧ୍ୟ ପଠାଇଛି ଆଇସିସି । ନଭେମ୍ବର ସୁଦ୍ଧା ଏହି ପ୍ରଶ୍ନ ତାଲିକାକୁ ପୂରଣ କରି ପଠାଇବାକୁ ଆଇସିସି କହିଛି । ସଦସ୍ୟମାନେ ମତ ଦେବା ପରେ ଆସନ୍ତା ଆଇସିସି ବୋର୍ଡ ବୈଠକରେ ଏଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଆଇସିସି ୨୦୨୩  ପରର ଗସ୍ତସୂଚୀ ନିର୍ଦ୍ଧାରଣ କରିନାହିଁ। ତେବେ ସବୁକିଛି ଠିକ୍ ରହିଲେ ଏବଂ ସହମତି ହୋଇପାରିଲେ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପ୍ରଶଂସକ କ୍ରିକେଟ୍ ଖେଳକୁ ଦେଖିପାରିବେ ।

ସୂଚନାଯୋଗ୍ୟ ଯେ କ୍ରିକେଟ୍ ୧୯୦୦ ମସିହା ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ରହିଥିଲା । ତେବେ ଶେଷ ମୁହୂର୍ତ୍ତରେ ବେଲଜିୟମ ଓ ନେଦରଲାଣ୍ଡ୍ସ ଓହରି ଯାଇଥିଲେ । ଫଳରେ ଗ୍ରେଟ୍ ବ୍ରିଟେନ୍ ଏବଂ ଫ୍ରାନ୍ସ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳା ଯାଇଥିଲା । ଏଥିରେ ଗ୍ରେଟ୍ ବ୍ରିଟେନ୍ ୧୫୮ ରନ୍‌ରେ ଫ୍ରାନ୍ସକୁ ପରାସ୍ତ କରିଥିଲା । ବିଜେତା ଦଳକୁ କିନ୍ତୁ ରୌପ୍ୟ ପଦକ ଦିଆଯାଇଥିଲା ।

Leave A Reply

Your email address will not be published.