ହାଇଦ୍ରାବାଦ: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି ଅଲ୍ଲୁଙ୍କର ୪୪ତମ ଜନ୍ମଦିନ । ଏହି ପବିତ୍ର ଜନ୍ମଦିନରେ ସେ ପ୍ରଂଶସକଙ୍କ ପାଇଁ ନୂଆ ଭେଟି ଆଣି ଦେଇଛନ୍ତି । ଜନ୍ମଦିନରେ ନୂତନ ଚଳଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି । ରାକା ଚଳଚିତ୍ର ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ପାଇଁ ଜନ୍ମଦିନ ଉପହାର ସ୍ୱରୂପ ବୋଲି କୁହାଯାଇଛି । ପିଲ୍ମର ପୋଷ୍ଟରଟି ବହୁତ ରହସ୍ୟମୟ ଓ ଆକର୍ଷଣୀୟ ଦେଖାଯାଉଛି । ପୋଷ୍ଟରରେ ଅଲ୍ଲୁଙ୍କ ଫଟୋ ଭୟଙ୍କର ଭାବେ ଦେଖାଯାଉଛି ।
ଅଲ୍ଲୁଙ୍କୁ ସମ୍ପୁର୍ଣ୍ଣ ଲଣ୍ଡା କରାଯାଇଛି । ଏହା ସହ ତାଙ୍କର ଭାଲୁପରି ନଖ ଓ ଲୋମ ଦେଖିବାକୁ ମିଳିଛି । ଫିଲ୍ମ ରାକାରେ ତାଙ୍କର ଚରିତ୍ର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭିନ୍ନ ହେବାକୁ ଯାଉଛି । ଫିଲ୍ମ ରିଲିଜ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ ପାଇନଥିବା ବେଳେ ଫଟୋକୁ ଦେଖି ଫ୍ୟାନମାନେ ବେସ ଖୁସି ହୋଇଛନ୍ତି । ଆଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆକର୍ଷଣୀୟ ଏବଂ ଚମତ୍କାର ଲୁକ ପ୍ରଦର୍ଶିତ କରିଛି । ଅଲ୍ଲୁଙ୍କ ସହ ଆଟଲିଙ୍କ ଏହା ପ୍ରଥମ ଫିଲ୍ମ । ତେବେ ଆଗାମୀ ଦିନରେ ଆସିବାକୁ ଥିବା ଏହି ଫିଲ୍ମରେ ଦୀପିକା ପାଦୁକୋନ ନାୟିକାଭାବେ ସାମ୍ନାକୁ ଆସିବେ ବୋଲି ସୂଚନା ମିଳିଛି ।
୭ଟି ଭାଷାରେ ଦର୍ଶକ ସିନେମା ଦେଖିବେ । ସେହିପରି ସମଗ୍ର ଦେଶରେ ରାକା ଫିଲ୍ମ ଏକାବେଳେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି । ଅଲ୍ଲୁ ତାଙ୍କର ଜନ୍ମଦିନରେ ନୂଆ ପୋଷ୍ଟର ରିଲିଜ କରି ସମସ୍ତଙ୍କୁ ଭେଟି ଦେଇଛନ୍ତି । ଖୁବଶୀଘ୍ର ଚଳଚିତ୍ର ବାବଦରେ କୁହାଯିବ ବୋଲି ସେ କହିଛନ୍ତି । ୪୪ ତମ ଜନ୍ମଦିନରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ବଧେଇ ଦେଇଛନ୍ତି । ତେବେ ପ୍ରତିବର୍ଷ ପରି ଅଲ୍ଲୁ ଏବର୍ଷ ମଧ୍ୟ ନୂଆ ଲୁକରେ ଆସିଥିବାରୁ ସମସ୍ତେ ବେସ ଆନନ୍ଦିତ ହୋଇଛନ୍ତି ।