ଚେନ୍ନାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଷ୍ପା ୨ ଫିଲ୍ମର ସଫଳତା ପରେ ତାଙ୍କ ଚାହିଦା ଏବେ ଆକାଶ ଛୁଆଁ ହୋଇଛି । ଅଲ୍ଲୁ ଅର୍ଜୁନ ଲୋକପ୍ରିୟ ଫିଲ୍ମମେକର୍ସ ଅଟଲୀଙ୍କ ସହ ଏକ ବଡ ଡିଲ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ସେ ଭାରତର ସବୁଠାରୁ ଦାମୀ ଅଭିନେତା ସାଜିବେ । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ଅଟଲୀ ୧୭୫ କୋଟି ଟଙ୍କାରେ ଅଲ୍ଲୁ ଅର୍ଜୁନଙ୍କୁ ନେଇଛନ୍ତି । ଏହା ବ୍ୟତୀତ ଲାଭର ୧୫ ପ୍ରତିଶତ ମଧ୍ୟ ଦିଆଯିବ ବୋଲି ଉଲ୍ଲେଖ ରହିଛି । ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଅଲ୍ଲୁ ତାଙ୍କର ସମସ୍ତ ଡେଟ ଅଟଲୀଙ୍କୁ ଦେଇଥିବା ଜଣାପଡିଛି ।
ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଫିଲ୍ମର କାମ ଆରମ୍ଭ କରିବାକୁ ମେକର୍ସ ଚାହୁଁଛନ୍ତି । ଏବେ ପ୍ରି ପ୍ରଡକ୍ସନ କାମ ଚାଲିଛି । ଏହା ଏକ ଆକ୍ସନ ଫିଲ୍ମ ହେବା ସହ ଅଟଲୀଙ୍କ ଚିରାଚରିତ ଶୈଳୀର ମସାଲା ରହିଛି । କିଛି ମାସ ତଳେ ଅଟଲୀ ବଲିଉଡର ଷ୍ଟାର ସଲମାନ ଖାଁଙ୍କ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି ଫିଲ୍ମ ବନ୍ଦ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏବେ ଅଲ୍ଲୁଙ୍କ ସହ ଅଟଲୀ ଆଗାମୀ ଫିଲ୍ମ ଆରମ୍ଭ କରିବେ ବୋଲି ପ୍ରଚାର ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି ।
Comments are closed.