Latest Odisha News

BREAKING NEWS

ଆଦିପୁରୁଷ ପରେ ଅଶ୍ୱଥାମାରୁ ଓହରି ଯିବେ କି ଆଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫିଲ୍ମର ସଫଳତା ପରେ ହିନ୍ଦୀ ଭାଷାଭାଷୀ ଅଂଚଳରେ ମଧ୍ୟ ଆଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନ୍ୟ ସାଉଥ ଅଭିନେତାଙ୍କ ପରି ସେ ମଧ୍ୟ ହିନ୍ଦୀ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ପ୍ରଭାସଙ୍କ ଆଦିପୁରୁଷ ଫିଲ୍ମ ଫ୍ଲପ ହେବା ପରେ ସେ ଚିନ୍ତିତ ହୋଇ ପଡିଛନ୍ତି । ଅତ୍ୟଧିକ ଭିଏଫଏକ୍ସ ଆକ୍ସନ ଥିବା ଫିଲ୍ମ ନ କରିବା ପାଇଁ ବିଚାର କରିଛନ୍ତି । ରିପୋର୍ଟ ମୁତାବକ ଅcଶ୍ୱଥାମା ଫିଲ୍ମ କରିବା ନେଇ ଆଗ୍ରହୀ ଥିଲେ ମଧ୍ୟ ଏବେ ଏଥିରୁ ଓହରିଯିବା ପାଇଁ ଚିନ୍ତା କରୁଛନ୍ତି । ସେ ହାଲକା ଫୁଲକା ଫିଲ୍ମ କରିବା ପାଇଁ ସ୍ଥିର କରିଛନ୍ତି ।

ତାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଭିଏଫଏକ୍ସ ଫିଲ୍ମରେ କେବଳ ଏସଏସ ରାଜମୌଲୀଙ୍କୁ ଭରୋଷା କରିହେବ । ତାହ୍ନାଜୀ ଫିଲ୍ମରେ ଓମ ରାଉତଙ୍କ ନିର୍ଦ୍ଦେଶନା ପ୍ରଶଂସିତ ହୋଇଥିବା ବେଳେ ଆଦିପୁରୁଷରେ ସମାଲୋଚିତ ହୋଇଛନ୍ତି । ଅତ୍ୟଧିକ ଭିଏଫଏକ୍ସ ଯୋଗୁ ସେ ତାଙ୍କ ଦକ୍ଷତା ଅନୁରୂପ ନିର୍ଦ୍ଦେଶନା ଦେଇପାରି ନ ଥିଲେ । ଅଶ୍ୱଥାମାକୁ ୫୦୦ କୋଟି ବଜେଟରେ ୨ଟି ପାର୍ଟରେ ନିର୍ମାଣ କରାଯିବ । ଆଲ୍ଲ ଅର୍ଜୁନ ଓହରିବା ସମ୍ପର୍କରେ ମେକର୍ସଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

Comments are closed.