ହାଇଦ୍ରାବାଦ: ସୁପରଷ୍ଟାର ଅଲୁ ଅର୍ଜନଙ୍କୁ ସମନ। ନୋଟିସ୍ କରିଛି ହାଇଦ୍ରାବାଦ ପୋଲିସ। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚରା କରିବା ପୋଲିସ । ଏଥିପାଇଁ ହାଇଦ୍ରାବାଦ ପୋଲିସ ଅଲୁ ଅର୍ଜୁନଙ୍କୁ ସମନ କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ସମନରେ ଆସନ୍ତା ମଙ୍ଗଳବାର ସକାଳ ୧୧ଟାରେ ପଚରାଉଚରା ପାଇଁ ହାଜର ହେବାକୁ ଅଲୁ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳଚ୍ଚିତ୍ର ‘ପୁଷ୍ପା-୨: ଦି ରୁଲର ପ୍ରିମିୟର୍ ସମୟରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ସୋମବାର ଅଭିନେତା ଅଲୁ ଅର୍ଜୁନଙ୍କୁ ସାନି ନୋଟିସ ଜାରି କରିଛି।
ସୂଚନାଯୋଗ୍ୟ, ସଂନ୍ଧ୍ୟା ଥିଏଟରରେ ଗତ ଡିସେମ୍ବର ୪ରେ ହୋଇଥିବା ଦଳାଚକଟା ମାମଲାରେ ବଢିବାରେ ଲାଗିଛି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଅଡୁଆ । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୯ ବର୍ଷର ପୁଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି l ଏହି ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା l କିନ୍ତୁ ଗିରଫ ହେବାର କିଛି ଘଣ୍ଟା ପରେ ଅଭିନେତାଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ l ଜାମିନ ମିଳିବା ପରେ ମଧ୍ୟ ଅଲୁଙ୍କୁ ଗୋଟେ ରାତି ଜେଲରେ ବିତେଇବାକୁ ପଡିଥିଲା
ସେପଟେ ଏହାକୁ ନେଇ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ସାମ୍ନାରେ ବିକ୍ଷୋଭ କରିଥିଲେ କିଛି ବିକ୍ଷୋଭକାରୀ । ଅଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବୁଲି ହିଲ୍ସ ସ୍ଥିତ ବାସଭବନ ଆଗରେ ପ୍ରତିବାଦ କରିବା ସହ ଟମାଟୋ ଓ ଅଣ୍ଡା ମାଡ଼ କରିଥିଲେ ଓସମାନିଆ ୟୁନିଭର୍ସିଟିରେ ସକ୍ରିୟ ଜେଏସି ଛାତ୍ର ସଂଗଠନ । ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସଭବନ ପରିସରକୁ ପଶି ଭଙ୍ଗାରୁଜା କରିଥିଲେ।