ହାଇଦ୍ରାବାଦ୍: ହାଇଦ୍ରାବାଦ୍ ଥିଏଟର ଦଳଚକଟା ଘଟଣାରେ କ’ଣ ହେବ ଅଲ୍ଲୁଙ୍କ ଭାଗ୍ୟ? ଜେଲ୍ ଯିବେ ନା ସବୁଦିନ ପାଇଁ ମିଳିବ ଆଶ୍ବସ୍ତି? ସେନେଇ ଆଜି ହାଇଦ୍ରାବାଦ୍ କୋର୍ଟ ପକ୍ଷରୁ ଶୁଣାଣି ହେବାକୁ ଥିବା ବେଳେ ଶୁଣାଣିକୁ ଏବେ ଜାନୁଆରି ୩କୁ ଘୁଞ୍ଚାଯାଇଛି ।
ତେବେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ତେଲେଙ୍ଗନା ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିବା ବେଳେ ଏନେଇ ନିୟମିତ ଜାମିନ୍ ପାଇଁ ହାଇଦ୍ରାବାଦର ଏକ କୋର୍ଟରେ ଆବେଦନ କରିଥିଲେ ଅଲ୍ଲୁ । ଯାହାର ଶୁଣାଣି ଆଜି ହେବାକୁ ଥିବା ବେଳେ ଏବେ ଏହାକୁ ପୋଷ୍ଟପଣ୍ଡ କରିଚନ୍ତି ହାଇଦ୍ରାବଦ୍ କୋର୍ଟ । ଆସନ୍ତା ଜାନୁଆରୀ ୩କୁ ପୁଣି ଶୁଣାଣି କରାଯିବ ବୋଲି କହିଛନ୍ତି । ଦଳାଚକଟା ଘଟଣାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁକୁ ନେଇ ଅଲ୍ଲୁଙ୍କ ଉପରେ ଲାଗିଥିବା ଲାଞ୍ଚନା ନେଇ ଆସନ୍ତା ଜାନୁଆରୀ ୩ ତାରିଖରେ ଏନେଇ ରାୟ ପ୍ରଦାନ କରିବେ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଚିକ୍କଡପଲ୍ଲୀ ଥାନା ପୋଲିସ ଅଲ୍ଲୁ ଅର୍ଜୁନଙ୍କ ନିୟମିତ ଜାମିନ ଆବେଦନକୁ ବିରୋଧ କରି ଏକ ଆଣ୍ଟି-ଆଫିଡେଭିଟ୍ ଦାଖଲ କରିଛି । ଆଉ ଅର୍ଜୁନଙ୍କ ଓକିଲ ପକ୍ଷରୁ ମଧ୍ୟ ତାଙ୍କ ପାଇଁ ନିୟମିତ ଜାମିନ ପାଇଁ କୋର୍ଟରେ ସେମାନଙ୍କର ସମସ୍ତ ଯୁକ୍ତି ଉପସ୍ଥାପନ କରାଯାଇଛି । ଏଭଳି ସ୍ଥଳରେ ଏବେ କୋର୍ଟ ରାୟ ଉପରେ ସମସ୍ତଙ୍କ ନଜର । କ’ଣ ହେବ ଅଲ୍ଲୁଙ୍କ ଭାଗ୍ୟ ? ଯଦି ତଳକୋର୍ଟ ନିୟମିତ ଜାମିନ୍ ପ୍ରଦାନ ନକରନ୍ତି ଅଲ୍ଳୁ ଏଥିପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପୁଷ୍ପା ୨ ରିଲିଜ୍ ହୋଇଥିବା ବେଳେ ଏହାର ପୂର୍ବଦିନ ଅର୍ଥାତ୍ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ ସେମାନଙ୍କ ଭିତରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅଙ୍କ ବ୍ରେନ୍ ଷ୍ଟ୍ରୋକ୍ ପରେ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛି । ଏହି ଘଟଣାକୁ ନେଇ ଅଲ୍ଲୁଙ୍କୁ ଗିରଫ କରାଯାଇଥିବା ବେଳେ ହାଇକୋର୍ଟଙ୍କ ଜାମିନ୍ ପରେ ବାହାରିଥିଲେ । ଏହାପରେ ମଧ୍ୟ ଗତ ୨୪ ତାରିଖରେ ପୁଷ୍ପାଙ୍କୁ ପୋଲିସ ପଚରାଉଚରା କରିଥିଲା । ଏଥିପାଇଁ ଥାନାରେ ହାଜର ହୋଇଥିଲେ ଅଲ୍ଲୁ ଅର୍ଜୁନ ।
Comments are closed.