Latest Odisha News

BREAKING NEWS

ଥିଏଟରରେ ଦଳାଚକଟା ଘଟଣା; ଗୁରୁତର ଶିଶୁ ପାଇଁ ୨ କୋଟି ଘୋଷଣା କଲେ ଅଲୁ ଅର୍ଜୁନଙ୍କ ପିତା

ହାଇଦ୍ରାବାଦ: ସନ୍ଧ୍ଯା ଥିଏଟରରେ ଦଳାଚକଟା ଘଟଣାରେ ଗୁରୁତର ୮ ବର୍ଷର ଶିଶୁ ପାଇଁ ୨ କୋଟି ଘୋଷଣା କରିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ।

ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଏବଂ ତାଙ୍କ ପତ୍ନୀ ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ମେକର୍ସମାନେ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଅଭିନେତାମାନଙ୍କ ଠାରୁ ଆରମ୍ଭ କରି ଫିଲ୍ମର ଟିମ୍ ମେମ୍ବର ମଧ୍ଯ ପୀଡିତାଙ୍କ ପରିବାରକୁ ଅନେକ ଥର ଆର୍ଥିକ ସାହାଯ୍ୟ କରିଛନ୍ତି।

ଗତ ଡିସେମ୍ବର ୪ରେ ସାନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟାରେ ୮ ବର୍ଷିୟ ଶ୍ରୀତେଜ୍ ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଜାମିନ ମିଳିଥିଲା।

ସେବେଠାରୁ ଅଲ୍ଲୁ ଅର୍ଜୁନ ପୀଡିତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ ଏବଂ ପ୍ରତି ଘଣ୍ଟାରେ ସେ ଅପଡେଟ୍ ମଧ୍ଯ ନେଉଥିଲେ। ଶ୍ରୀଜେତ୍ ବର୍ତ୍ତମାନ ଭେଣ୍ଟିଲେଟରରେ। ଏହାରି ମଧ୍ୟରେ ଅଭିନେତାଙ୍କ ପିତା ଅଲ୍ଲୁ ଅରବିନ୍ଦ ପୀଡିତାଙ୍କ ପରିବାରକୁ ସାହାଯ୍ୟ କରିଛନ୍ତି।

 

Comments are closed.