ମୁମ୍ବାଇ: ରିଲିଜ୍ ହୋଇଛି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର୍ ଫିଲ୍ମ ‘ପୁଷ୍ପା-୨’। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। କ୍ରେଜ୍ ଏତେ ମାତ୍ରାରେ ରହିଛି ଯେ ଏହାର ଆଡଭାନ୍ସ ବୁକିଂ ସବୁ ରେକର୍ଡ ଭାଙ୍ଗିଛି । ସାରା ଦେଶରେ ବିଭିନ୍ନ ହଲ୍ରେ ଆସନ୍ତା ୩-୪ ଦିନ ପାଇଁ ଟିକେଟ ବୁକ ହୋଇସାରିଛି।
ସେହିପରି ଗତକାଲି ୫ମିନିଟରେ ସବୁ ସିନେମା ହଲ୍ ଆଗରେ ହାଉସ୍ ଫୁଲର ହୋଡିଂ ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ ଶୋ ନ ସରୁଣୁ ସିନେମା ହଲ୍ ଆଗରେ ଦ୍ଵିତୀୟ ଶୋ ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଏଥିସହ ପୁଷ୍ପା ୨ ପୁଣି ଏକ ବଡ ଇତିହାସ ରଚିଛି । ସବୁ ଭାଷାରେ ରିଲିଜ୍ ହୋଇ ଥିବା ଏହି ଫିଲ୍ମ ପ୍ରଥମ ଦିନରେ ଦମଦାର ଆୟ କରିଛି । ସେହିପରି ବଲିଉଡର ଅନେକ ହିଟ୍ ଚଳଚ୍ଚିତ୍ରକୁ ପଛରେ ପକାଇ ଗ୍ରାଣ୍ଡ ଓପନର ହୋଇଛି ପୁଷ୍ପା ୨ ।
ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ଫିଲ୍ମଟି ୧୬୫ କୋଟି ଟଙ୍କା କଲେକ୍ସନ କରିଛି। ହିନ୍ଦି ଭାଷାରେ ରିଲିଜ ହୋଇଥିବା ପୁଷ୍ପା ୨ ପ୍ରଥମ ଦିନରେ ୬୭କୋଟି ଆୟ କରିବା ସହ ଶାହାରୁଖଙ୍କ ଫିଲ୍ମ ‘ଜବାନ’କୁ ମଧ୍ୟ ପଛରେ ପକାଇ ବଲିଉଡର ସବୁଠାରୁ ଗ୍ରାଣ୍ଡ ଓପନର ହୋଇଛି । ଜବାନ ରିଲିଜର ପ୍ରଥମ ଦିନରେ ୬୫କୋଟି ଆୟ କରିଥିବା ବେଳେ ତା’ର ରେକର୍ଡ ଭାଙ୍ଗିଛି ପୁଷ୍ପା ୨ ।
ଭାରତୀୟ ସିନେମା ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ କୌଣସି ଫିଲ୍ମ ଗୋଟିଏ ଦିନରେ ହିଁ ଭିନ୍ନ ଭିନ୍ନ ଭାଷାରେ ୫୦-୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଫିଲ୍ମର କ୍ରେଜ ଯେଉଁଭଳି ରହିଛି ସେଥରୁ ଫିଲ୍ମ ଆଗାମୀ ଦିନରେ ଆହୁରି ରେକର୍ଡ କରିପାରେ।
Comments are closed.