ମୁମ୍ବାଇ: ଏବେ ସିନେମା ହଲରେ ରାଜ୍ କରୁଛି ‘ପୁଷ୍ପା-୨ ଦ ରୁଲ’ । ଫାଷ୍ଟ ଡେ ଫାଷ୍ଟ ଶୋରେ ଦର୍ଶକଙ୍କ ଭରପୂର ଭଲପାଇବା ପାଇବା ପରେ ଏବେ ରେକର୍ଡ ବଷ୍ଟର ଲକ୍ଷ୍ୟରେ ଆଗେଇ ଚାଲିଛି ପୁଷ୍ପା ୨ । ଏହାରି ଭିତରେ ଏବେ ଅଲ୍ଲୁଙ୍କ ଏକ ଭାବବିହ୍ବଳ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯାହାକି ଗୋଟିଏ ହାତ ଲେଖା ଚିଠିର । ଆଉ ସେହି ଚିଠି ଆଉ କେହି ନୁହେଁ, ତାଙ୍କୁ ତାଙ୍କର ଲିଟିଲ୍ ନଟଖଟ ପୁଅ ଅୟାନ୍ ଲେଖିଛି । ବାପା ଅଲ୍ଲୁଙ୍କ ପୁଷ୍ପା-୨ ଫିଲ୍ମ ରିଲିଜ୍ ହେବା ନେଇ ଖୁସି ବ୍ୟକ୍ତ କରି ବାପାଙ୍କୁ ତାର ପ୍ରକୃତ ହିରୋ କହି ଏକ ହୃଦୟସ୍ପର୍ଶୀ ଚିଠିଟିଏ ଲେଖିଛି ୧୦ ବର୍ଷର ପୁଅ ଅୟାନ୍ । ଯାହା ପୁଷ୍ପାରାଜଙ୍କୁ ଭାବବିହ୍ବଳ କରିଦେଇଛି ।
ଅୟାନର ସେହି ଚିଠିଟିକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ପୁଷ୍ପାରାଜ୍ ‘ଅଲ୍ଲୁ’ । ଯେଉଁଥିରେ ନିଜ କୁନି ହାତରେ ଅଙ୍କାବଙ୍କା ଅକ୍ଷରରେ ଅୟାନ୍ ଲେଖିଛି, ‘ପ୍ରିୟ ବାପା, ତୁମର ସଫଳତା, କଠିନ ପରିଶ୍ରମ ଏବଂ ଉତ୍ସାହ ପାଇଁ ମୁଁ କେତେ ଗର୍ବିତ ଅନୁଭବ କରୁଛି ତାହା ଜଣାଇବାକୁ ମୁଁ ଏହି ଚିଠି ଲେଖୁଛି । ଯେତେବେଳେ ମୁଁ ତୁମକୁ ନମ୍ବର ୧ରେ ଦେଖେ, ସେତେବେଳେ ମୋତେ ଲାଗେ ଯେ ମୁଁ ଦୁନିଆର ଶୀର୍ଷରେ ଅଛି । ଆଜି ବିଶେଷ ଦିନ । କାରଣ ଆଜି ବିଶ୍ବର ସବୁଠାରୁ ବଡ ଆକ୍ସନ ଫିଲ୍ମ ରିଲିଜ୍ ହୋଇଯାଇଛି । ମୁଁ ବୁଝୁଛି ଏବେ ତୁମକୁ ମିଶ୍ରିତ ଭାବନା ଆସୁଥିବ । କିନ୍ତୁ ମୁଁ ଆପଣଙ୍କୁ କଥା ଏହା କହିବାକୁ ଚାହେଁ ଯେ ପୁଷ୍ପା କେବଳ ଏକ ଚଳଚ୍ଚିତ୍ର ନୁହେଁ ବରଂ ଅଭିନୟ ପ୍ରତି ଆପଣଙ୍କର ଉତ୍ସାହ ଏବଂ ଭଲପାଇବାର ପ୍ରତିଫଳନ । ତେଣୁ ଏହି ମୁହୂର୍ତ୍ତଟିକୁ ଉପଯୋଗ ମୁଁ ତୁମକୁ ଏବଂ ତୁମର ପୂରା ଟିମକୁ ଶୁଭକାମନା ଜଣାଉଛି । ଅୟାନ ଆହୁରି ଲେଖିଛି, ଫଳାଫଳ ଯାହା ହେଉନା କାହିଁକି, ତୁମେ ସବୁବେଳେ ମୋର ହିରୋ ଏବଂ ଆଇଡଲ ରହିବ । ତୁମର ବିଶ୍ବରେ ଅନେକ ପ୍ରଶଂସକ ଅଛନ୍ତି, ତଥାପି ମୁଁ ତୁମର ନମ୍ବର ୧ ପ୍ରଶଂସକ ରହିବି । ଜଣେ ଗର୍ବିତ ପୁଅ ତାର ଟପ୍ ଆଇଡଲ ପାଇଁ ଏହି ନୋଟଟି ଲେଖିଛି ।’
ଯାହାକୁ ଷ୍ଟୋରୀରେ ସେୟାର କରି ଭାବପ୍ରବଣ ହୋଇଛନ୍ତି ଅଲ୍ଲୁ । ଲେଖିଛନ୍ତି, ‘ମୋ ପୁଅ ଆୟାନର ଭଲପାଇବା ମୋ ହୃଦୟକୁ ଛୁଇଁଗଲା । ଏହା ମୋ ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ବଡ ଉପଲବ୍ଧି । ମୁଁ ଭାଗ୍ୟବାନ୍ ବୋଲି ନିଜକୁ କହିଛନ୍ତି ଅଲ୍ଲୁ ।
ତେବେ ସୁକୁମାରଙ୍କ ନିର୍ଦ୍ଦେଶିତ ପୁଷ୍ପା ୨ ଦି ରୁଲ୍ ବହୁ ପ୍ରତୀକ୍ଷାର ଅନ୍ତର ଘଟାଇ ୩ ବର୍ଷ ଅପେକ୍ଷାର ଶେଷ କରି ଆଜି ସିନେମା ହଲରେ ରିଲିଜ୍ ହୋଇଛି । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ପ୍ରଶଂସକ ।
Comments are closed.