Latest Odisha News

BREAKING NEWS

ଷ୍ଟୁଡେଂଟ ଅଫ ଦି ଇୟର-୩ରେ ଆଲ୍ୟା ଫର୍ଣ୍ଣିଚରୱାଲା

ମୁମ୍ବାଇ: ଜୱାନୀ ଜାନେମନ ଫିଲ୍ମରେ ସୈଫ ଅଲୀ ଖାଁଙ୍କ ସହ ଅଭିନୟ କରିଥିବା ଆଲ୍ୟା ଫର୍ଣ୍ଣିଚରୱାଲା ଏବେ ଚର୍ଚ୍ଚାରେ । ଆକର୍ଷଣୀୟ ଲୁକ୍ ଏବଂ ଅଭିନୟ ଯୋଗୁ କରନ ଜୋହର ତାଙ୍କର ଆଗାମୀ ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟର-୩ରେ ନେବା ଆଲ୍ୟାଙ୍କୁ ଅଫର ଦେଇଛନ୍ତି ।

ଜୱାନୀ ଜାନେମନରେ ସେ ସୈଫଙ୍କ ଝିଅ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଜୋ ଜିତି ୱହି ସିକନ୍ଦର ଫେମ୍ ପୂଜା ବେଦୀଙ୍କ ଝିଅ ଆଲ୍ୟା ଜୱାନୀ ଜାନେମନ ମାଧ୍ୟମରେ ବଲିଉଡ କ୍ୟାରିୟର ଆରମ୍ଭ କରିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଧର୍ମା ପ୍ରଡକ୍ସନ ପକ୍ଷରୁ ତାଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରାଯାଇଛି । ତେବେ ଏ ନେଇ ଆଲ୍ୟା ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ ।

ଯଦି ସବୁ କିଛି ଠିକ୍ ଠାକ୍ ହୁଏ ତା’ହେଲେ ଗ୍ରୀଷ୍ମ ଋତୁରେ ବ୍ୟାଙ୍କକରେ ଏହି ଫିଲ୍ମର ଶୁଟିଂ ସେଟରେ ଆଲ୍ୟା ଯୋଗ ଦେବେ ।

Leave A Reply

Your email address will not be published.