Latest Odisha News

BREAKING NEWS

କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍‌: ରାହୁଲ ଗାନ୍ଧୀ

ମୋଦି ସରକାରଙ୍କ ୨.୦ର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ବିରୋଧୀଙ୍କ ଟାର୍ଗେଟ୍ । ଚଳିତ ବଜେଟ୍‌କୁ କେବଳ ଭାଷଣର ରୂପ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟ୍‌ରେ କିଛି ନାହିଁ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତ ଯେ, ଦେଶର ମୁଖ୍ୟ ସମସ୍ୟା ହେଉଛି ବେକାରୀ ସମସ୍ୟା । ଦୁର୍ଭାଗ୍ୟବଶତଃ ବଜେଟ୍‌ରେ ବେକାରୀ ଯୁବକ ଓ ଯୁବତୀଙ୍କ ପାଇଁ କୌଣସି ରଣନୀତି ପ୍ରସ୍ତୁତି ହୋଇନାହିଁ । ଏତେ ଲମ୍ବା ବଜେଟ୍‌ରେ ସାଧାରଣ ଜନତାଙ୍କ ପାଇଁ କୌଣସି ସୁଯୋଗ ନାହିଁ । ଏହା କେବଳ କୁହାଳିଆ ସରକାରଙ୍କ ଫମ୍ପା ବଜେଟ ବୋଲି ସେ କହିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବଜେଟ୍‌କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ବଜେଟ୍‌କୁ ନେଇ ଅନେକ ଆଶା ଥିଲା । ମାତ୍ର ଏଥର ବି ଦିଲ୍ଳୀବାସୀଙ୍କ ସହ ଅନ୍ୟାୟ ହୋଇଛି । ତାଙ୍କୁ ଅଣଦେଖା କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.