Latest Odisha News

BREAKING NEWS

ଦେଶରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ପଶୁ ଅପରାଧର ଶିକାର ହୋଇଛନ୍ତି

ନୂଆଦିଲ୍ଲୀ: ଭାରତରେ ପଶୁମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରାଣୀ ଅପରାଧର ଶିକାର ହୋଇଛନ୍ତି।

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ୍ ପ୍ରୋଟେକସନ୍ ଅର୍ଗାନାଇଜେସନ୍ସ (FIAPO) ଏବଂ ଅଲ୍ କ୍ରିଏଟିଭ୍ ଗ୍ରେଟ୍ ଆଣ୍ଡ ସ୍ମଲ୍‌ (ACGS) ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଅବଧିରେ ମୋଟ ୪,୯୩,୯୧୦ ପ୍ରାଣୀ ମାନବଙ୍କ ଦ୍ୱାରା ହୋଇଥିବା ଅପରାଧର ଶିକାର ହୋଇଥିଲେ।

ରିପୋର୍ଟରେ କୁହାଯାଇଛି ଯେ ଏଥିରେ ୨୩୦୦ ରୁ ଅଧିକ ଘୃଣ୍ୟ ତଥା ଉଦ୍ଦେଶ୍ୟମୂଳକ ହିଂସା କାର୍ଯ୍ୟ ରହିଛି ଯାହା ପଶୁଙ୍କ ମୃତ୍ୟୁ କିମ୍ବା ଅପୂରଣୀୟ କ୍ଷତି ଘଟାଇଛି।

ରିପୋର୍ଟ ଅନୁଯାୟୀ, ପଶୁମାନଙ୍କ ବିରୁଦ୍ଧରେ ରେକର୍ଡ ହୋଇଥିବା ୧୦୦୦ ଆକ୍ରମଣ ମାମଲା ମଧ୍ୟରୁ ୮୨ ଟି ଯୌନ ଶୋଷଣ, ୨୬୬ ଟି କୋଲ୍ଡ ବ୍ଲଡେଡ୍‌ ହତ୍ୟା ମାମଲା ଏବଂ ୪୦୦ ରୁ ଅଧିକ ମାମଲା ମାଡ ମାରିବା, ମାରିବା, ନିର୍ଯାତନା ଦେବା, ଏସିଡ୍ ଫିଙ୍ଗିବା ଭଳି ହିଂସାତ୍ମକ ଆକ୍ରମଣ ହୋଇଥିଲା।

ଏହାସହିତ ୨୦୧୯ ରେ ପଶୁମାନଙ୍କ ବିରୁଦ୍ଧରେ ସର୍ବାଧିକ ଅପରାଧ ମାମଲା (୭୦୦ ମାମଲା) ରହିଛି।

ଏଥିସହ, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୪,୨୩୦ କୁକୁରଙ୍କୁ ସାରା ଦେଶରେ ଅଭିଯାନ ଦ୍ୱାରା ହତ୍ୟା କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟେସନ୍ ଉପରେ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ପ୍ରତିଦିନ ଅତି କମରେ ପାଞ୍ଚଟି ପଶୁ ମରିଯାଆନ୍ତି। କିନ୍ତୁ ରିପୋର୍ଟର ଅଭାବ ହେତୁ ପ୍ରକୃତ ଆକଳନ ଅତିକମରେ ୧୦ ଗୁଣ ଅଧିକ ହୋଇପାରେ ବୋଲି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.