Latest Odisha News

BREAKING NEWS

ନିଆରା ବାହାଘର:ମାଓବାଦୀଙ୍କ ବିବାହ ଉତ୍ସବରେ ବାଜାବାଲା ସାଜିଲେ ଏସ୍‌ପି

ମାଲକାନଗିରି: ମାଲକାନଗିରି ସିମାନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଏକ ନିଆରା ବାହାଘର ଉତ୍ସବ ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୧୫ ଯୋଡି ବାହା ଘର ହୋଇଛି । ୧୫ ବରକୁ ୧୫ କନିଆଁ ପୁଣି ଗୋଟିଏ ବେଦୀରେ ବାହା ହୋଇଛନ୍ତି ।

ସବୁଠାରୁ ବଡ କଥା ହେଉଛି, ଏହା କୌଣସି ସାଧାରଣ ଲୋକଙ୍କ ବାହାଘର ନଥିଲା । ଏହି ଉତ୍ସବରେ ଦେଖା ଯାଉଥିବା ସମସ୍ତ ୧୫ ଯୋଡି ବର ଓ କନିଆଁ ହେଉଛନ୍ତି ଛତିଶଗଡ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ନକ୍ସଲ । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ଲାଗି ଛତିଶଗଡ ପୋଲିସ ସମ୍ପୂର୍ଣ୍ଣ ଆଦିବାସୀ ରିତି ନିତିରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏହି ବାହାଘର ଉତ୍ସବ କରିଛି ।

ବାହାଘର ଉତ୍ସବରେ ନକ୍ସଲ ସଂଗଠନ ଛାଡିଥିବା ଯୁବକ ଓ ଯୁବତିଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ । ଆଦିବାସୀଙ୍କ ବାଦ୍ୟର ତାଳେ ତାଳେ ଚାଲିଥିଲା ବାହାଘର । ବରଯାତ୍ରୀ ହୋଇ ଆସିଥିଲେ ପୋଲିସ କର୍ମଚାରୀ ବ୍ୟାଣ୍ଡ୍ ବଦଳରେ ଆଦିବାସୀ ଢୋଲକୁ ବଜାଇଥିଲେ ନିଜେ ଦନ୍ତେୱାଡା ଏସ.ପି.। ଆଦିବାସୀଙ୍କ ସହ ଏକତ୍ରିତ ହୋଇ ପୋଲିସ କର୍ମଚାରୀମାନେ ଖୁସିରେ ନାଚିଥିଲେ । 

ଦନ୍ତେୱାଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏହି ବାହାଘରରେ ମାଲକାନଗିରି ସମେତ ସିମାନ୍ତ ସୁକୁମା, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଅନେକ ଆତ୍ମସମର୍ପଣ କରିଥିବା ନକ୍ସଲ ସାମିଲ ହୋଇଥିଲେ । ଏପରି ନିଆରା ପରମ୍ପରା ଯେ ଆଗାମୀ ଦିନରେ ନକ୍ସଲ ପନ୍ଥିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ଲାଗି ସହାୟକ ହେବ ଏଥିରେ ସନ୍ଦେହ ନାହି ।

Leave A Reply

Your email address will not be published.