Latest Odisha News

BREAKING NEWS

ଚୂଡ଼ାନ୍ତ ହେଲେ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପଦ୍ଧତି

କଟକ : ଚୂଡ଼ାନ୍ତ ହେଲା ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପଦ୍ଧତି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମ ଶ୍ରେଣୀର ଷାଣ୍ମାଷିକ ଓ ବାର୍ଷିକ ଫଳାଫଳକୁ ବିଚାର କରାଯିବ । ସେହିପରି ଦଶମର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ଫଳାଫଳକୁ ମଧ୍ୟ ବିଚାରକୁ ନିଆଯିବ । ଦଶମ ଶ୍ରେଣୀର ୩ଟି ଅଭ୍ୟାସ ପରୀକ୍ଷାର ଦୁଇଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ ।

ନିଷ୍ପତ୍ତି ଅନୁସାରେ, ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତକୁ ଗୁରୁତ୍ବ ଦିଆଯିବ । ଯଦି ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ଏଭଳି କ୍ଷେତ୍ରରେ ନବମ ଶ୍ରେଣୀ ପରୀକ୍ଷା ଫଳକୁ ୧୦୦ ପ୍ରତିଶତ ଗୁରୁତ୍ବ ଦିଆଯିବ । ସେହିପରି ଯଦି ଦଶମ ଶ୍ରେଣୀର ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିବେ ଛାତ୍ରଛାତ୍ରୀ, ତେବେ ନବମ ଶ୍ରେଣୀ ପରୀକ୍ଷା ଫଳକୁ ୭୦ ପ୍ରତିଶତ ଗୁରୁତ୍ବ ଦିଆଯିବ । ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ଫଳାଫଳ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି । କରୋନା ମହାମାରୀ ପାଇଁ ଦଶମ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ଏପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

Leave A Reply

Your email address will not be published.