ନୂଆଦିଲ୍ଲୀ: ଭାରତ ବିପକ୍ଷ ସିରିଜ ପରେ ମହାନ ମହିଳା କ୍ରିକେଟ ଖେଳାଳି ଆଲେସ ହୀଲେ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆର ଏହି ୩୫ ବର୍ଷୀୟ ଖେଳାଳି ୨୦୧୦ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୧୫ ବର୍ଷର କ୍ୟାରିୟରରେ ସେ ୩ଟି ଯାକ ଫର୍ମାଟରେ ୭୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଜଣେ ଭଲ ୱିକେଟକିପର ଭାବେ ମଧ୍ୟ ସେ ନିଜକୁ ପ୍ରମାଣିତ କରିଛନ୍ତିି । ହୀଲେ ୨୫୭ ଡିସମିସାଲ କରିଛନ୍ତି । ଦିନିକିଆ ବିଶ୍ୱକପ ଫାଇନାଲରେ ସେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୭୦ ରନ କରିଛନ୍ତି । ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ସେ ଏହି ସ୍କୋର କରିଥିଲେ ।
ଟି୨୦ରେ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୧୪୮) ଓ ସର୍ବାଧିକ ଡିିସମିସାଲ(୧୨୬) ତାଙ୍କ ନାମରେ ରହିଛି । ସେ ଖେଳୁଥିବର ଅବସରରେ ଅଷ୍ଟ୍ରେଲିଆ ୬ଟି ଟି୨୦ ଓ ୨ଟି ଦିନିକିଆ ବିଶ୍ୱକପ ଜିତିଛି । କ୍ରିକେଟରୁ ସନ୍ୟାସ ନେବା ନିଷ୍ପତି ମୋ ପାଇଁ କଷ୍ଟକର ଥିଲା । ତେବେ ବର୍ତମାନ ଉପଯୁକ୍ତ ସମୟ ହୋଇଥିବାରୁ ବାଧ୍ୟ ହୋଇ ଏହି କଠୋର ନିଷ୍ପତି ନେଉଛି । ୨୦୨୬ ଟି୨୦ ବିଶ୍ୱକପ ମଧ୍ୟ ଖେଳି ପାରିବିନି ବୋଲି ସେ କହିଛନ୍ତି ।