Latest Odisha News

BREAKING NEWS

ଉଦୀୟମାନ ରେସଲର ନିଶା ଦାହିୟାଙ୍କ ମୃତ୍ୟୁ ନେଇ ଗୁଜବ: ସେ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି

ଚଣ୍ଡୀଗଡ: ଉଦୀୟମାନ ମହିଳା ରେସଲର ନିଶା ଦାହିୟାଙ୍କ ମୃତ୍ୟୁ ଖବର ଗୁଜବ ପ୍ରମାଣିତ ହୋଇଛି । ବିଭିନ୍ନ ନ୍ୟୁଜ ସରବରାହ ସଂସ୍ଥା ଏହି ଖବର ପ୍ରକାଶିତ କରିଥିଲେ । ପରେ ନିଜେ ନିଶା ସୁସ୍ଥ ଅଛନ୍ତି ବୋଲି କହିବା ପରେ ଲୋକଙ୍କ ମନରେ ବିଶ୍ୱାସ ଆସିଥିଲା । ଭାରତୀୟ ରେସଲିଂ ଫେଡେରେଶନ ମଧ୍ୟ ସେ ସୁସ୍ଥ ଥିବା ନେଇ ବିଧିବଦ୍ଧ ଭାବେ ଜଣାଇଛି । ତେବେ ଏହି ଗୁଜବ କିଏ କରାଇଲା ଏବଂ କାହିଁକି ତାର ତଦନ୍ତ ଆରମ୍ଭ ହୋଇଛି ।

ସର୍ବିୟାରେ ନିକଟରେ ସମ୍ପନ୍ନ ହୋଇଥିବା ୨୩ ବର୍ଷରୁ କମ୍ ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଶାଙ୍କ ସମେତ ଶିବାନୀ, ଅଞ୍ଜୁ, ଦିବ୍ୟା, ରାଧୀକାଙ୍କୁ ଏ ନେଇ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.