Latest Odisha News

BREAKING NEWS

ମୁଁ ଖୁସି ଯେ ଭୁବନେଶ୍ୱରବାସୀ ମୋ ଅନୁପସ୍ଥିତି ଅନୁଭବ କରୁଛନ୍ତି: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଅପରାଜିତା ଷଡଙ୍ଗୀ ନିଖୋଜ ଥିବା ନେଇ ପୋଷ୍ଟର ମାରିବାର କିଛି ଘଣ୍ଟା ପରେ ସାଂସଦ ଅପରାଜିତା କହିଛନ୍ତି ଯେ ସାଂସଦରେ ଚାଲିଥିବା ବଜେଟ ଅଧିବେଶନରେ ଯୋଗ ଦେବା ମୋର କର୍ତ୍ତବ୍ୟ । ସେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଫେରୁଥିବା ସୂଚନା ଦେଇଛନ୍ତି ।

ଏଥି ସହ ସାଂସଦ କହିଛନ୍ତି ଯେ, ଯେତେବେଳେ ବଜେଟ ଅଧିବେଶନ ଚାଲିଛି ସେତେବେଳେ ଏପରି ପୋଷ୍ଟର ଲଗାଯିବା ମୋତେ ଆମୋଦିତ କରିଛି । ଏଥି ସହ ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ମୁଁ ଖୁସି ଯେ, ଭୁବନେଶ୍ୱର ମୋ ଅନୁପସ୍ଥିତିକୁ ଅନୁଭବ କରୁଛି । ବାସ୍ତବରେ ଏହା ଏକ ଅପୂର୍ବ ଅନୁଭବ ଆଣିଦେଇଛି । ଫେବ୍ରୁଆରୀ ୧୫ ପରେ ମୁଁ ଲୋକଙ୍କ ପାଖରେ ରହିବି । ‘

ପୋଷ୍ଟରରେ ଏକାମ୍ର କ୍ଷେତ୍ର ନେଇ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ବାବଦରେ ପ୍ରଶ୍ନ ଉଲ୍ଲେଖ ରହିଛି । ଯେଉଁଥିରେ ଲେଖା ଯାଇଛି ମୁଁହ ଖୋଲିବେ କେବେ ? ଏକାମ୍ର କ୍ଷେତ୍ର ଉପରେ ପ୍ରସ୍ତାବିତ ବାଇ -ଲ ଏଯାବତ ପ୍ରତ୍ୟାହାର ହୋଇନି । ଓଡିଶାର ପ୍ରମୁଖ ଐତିହାସିକ ଅସ୍ତିତ୍ୱକୁ ଧ୍ୱଂସ କରିବାକୁ ଚାଲିଛି କେନ୍ଦ୍ର ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର ।

କାହିଁକି ଏ ପ୍ରସଙ୍ଗ ରେ ପଦୁଟିଏ ବି କହୁନାହାଁନ୍ତି ଭୁବନେଶ୍ୱର ସାଂସଦ ? କେଉଁଠି ଲୁଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ? ଏଭଳି ପୋଷ୍ଟର ବିଭିନ୍ନ ଗଳିକନ୍ଦିର କାନ୍ଥରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.