Latest Odisha News

BREAKING NEWS

ତପୋବନ ଟନେଲରେ ପାଣି ଭର୍ତ୍ତି, ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଚମୋଲୀ: ତପୋବନ ଟନେଲ୍‌ରେ ପାଣି ଭରି ରହିଛି । ଏଥିପାଇଁ ରେସ୍କ୍ୟୁ ଅପରେସନକୁ ଏବେ ସ୍ଥଗିତ ରଖାଯାଇଛି । ଏବେ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି । ସେପଟେ ୧୭ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ୫ମ ଦିନରେ ମଧ୍ୟ ତପୋବନ ଟନେଲରେ ଫସିଥିବା ୩୦ରୁ ଅଧିକ ଶ୍ରମିକଙ୍କୁ ବଞ୍ଚାଇବା ପାଇଁ ରେସ୍କ୍ୟୁ ଅପରେସନ ସକାଳୁ ଜାରି ଥିଲା । 

ଏସ୍‌ଡିଆର୍‌ଏଫ୍‌ର କହିବା ହେଲା କି ନଦୀ ଓ ଟନେଲ୍‌ ପରସ୍ପର ସହ ମିଶିଛନ୍ତି, ଏହି କାରଣରୁ  ମୁସ୍କିଲ ଆସୁଛି । ଏବେ ଆମକୁ ଯେଉଁ ଲିଷ୍ଟ ମିଳିଛି, ଏହି ଅନୁସାରେ ଟନେଲ୍‌ରେ ୩୯ ଜଣ ଶ୍ରମିକ ଫସି ରହିବାର ଅନୁମାନ କରାଯାଉଛି । ଆମକୁ ଜଣାନାହିଁ ସେମାନେ ଟନେଲର କେଉଁ ଅଂଶରେ  ଫସି ରହିଛନ୍ତି । ଆମେ ସେମାନଙ୍କୁ ବଞ୍ଚାଇବା ପାଇଁ  ଅପରେସନ ଚାଲୁ ରଖିଛୁ, ହେଲେ ଏହା ବର୍ତ୍ତମାନ ପାଇଁ ବନ୍ଦ ରହିଛି ।

ଅଳକାନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ନଦୀ ଓ ଟନେଲ୍‌ ଗୋଟିଏ ଲେବଲର ହୋଇଯାଇଛି । ଏହି କାରଣରୁ ନଦୀରୁ ବି ପାଣି ଆସୁଛି  ଏବଂ ଟନେଲ୍‌ରୁ ମଧ୍ୟ ପାଣି ଆସୁଛି, ଯେବେ ବି କାଦୁଆ ବାହାର କରିବାକୁ ଟେଷ୍ଟା କରାଯାଉଛି, ସେତେବେଳେ ନଦୀ ଦ୍ୱାରା ଟନେଲ୍‌ରେ କାଦୁଆ ଆସୁଛି ବୋଲି ଏସ୍‌ଡିଆରଏଫ୍‌ କହିଛି ।

Leave A Reply

Your email address will not be published.