Latest Odisha News

BREAKING NEWS

Bus Accident: ରୁପାଲି ଛକରେ ଛାତିଥରା ଦୁର୍ଘଟଣା, ‘ଆମ ବସ୍‌’ ଧକ୍କାରେ ୨ ମୃତ

ଭୁବନେଶ୍ୱର: ରୁପାଲି ଟ୍ରାଫିକ୍‌ ଉପରେ ‘ଆମ ବସ୍‌’ ଧକ୍କାରେ ୨ ମୃତ। ନୂଆବର୍ଷରେ ପୁଣି ଜୀବନ ନେଇ ବଦନାମ ମୁଣ୍ଡାଇଲା। ଭୁବନେଶ୍ଵର ରୁପାଲି ଟ୍ରାଫିକ୍ ରେ ଛାତିଥରା ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ଅଟୋ ଉପରେ ଚଢିଗଲା ଆମ ବସ୍। ଫଳରେ ଚାଲିଗଲା ୨ ଜୀବନ।

ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପହଞ୍ଚିଲେ ଡିସିପି। ସୂଚନା ଅନୁସାରେ ଏକ ଅଟୋକୁ ପଛରୁ ଆମ ବସ ଧକ୍କା ଦେବାରୁ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବସ୍‌ ଧକ୍କା ଦେବାରୁ ଆଗରେ ଥିବା ଆଉ ଏକ ବସ୍‌ରେ ଚାପି ହୋଇଗଲା। ବସ୍‌ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ୍‌ ପାଇଁ ଅଟୋଟି ଭାଙ୍ଗି ଚୁରମାର ହୋଇଛି।

ଦୁର୍ଘଟଣା ପରେ ଆମ ବସ ଡ୍ରାଇଭର ଫେରାର ହୋଇଯାଇଛି । ଉତ୍ତେଜନା ପ୍ରକାଶ ପାଇବାରୁ ଡିସିପି ପହଞ୍ଚି ବୁଝାସୁଝା କରୁଛନ୍ତି । ବାରମ୍ବାର ଆମ୍‌ ବସ୍‌ ଧକ୍କାରେ ଲୋକଙ୍କ ଜୀବନ ଯାଉଥିବା ବେଳେ ସଡକ ସୁରକ୍ଷା ସପ୍ତାହ ଆରମ୍ଭରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ଆମ ବସ ଡ୍ରାଇଭରଙ୍କୁ କାହିଁକି ସଚେତନ କରାଯାଉନାହିଁ ବଲେି ପ୍ରଶ୍ନ ଉଠିଛି । ରୂପାଲି ଛକରେ ଦୁର୍ଘଟଣା ଘଟିବାରୁ ରାସ୍ତାରେ ଲୋକମାନେ ହୋହାଲ୍ଲା କରିବା ସହ ଆମ ବସ ନୁହେଁ ଯମ ବସ ବୋଲି କହୁଛନ୍ତି ରାଜଧାନୀ ବାସିନ୍ଦା ।

Leave A Reply

Your email address will not be published.