Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୬୦ଟି ପଞ୍ଚାୟତ ପାଇଁ ୩୬.୦୪ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୬.୦୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି ବ୍ଲକ ଗୁଡିକ ହେଲା- ବାଲେଶ୍ୱର ଜିଲ୍ଲାର ବାହାନଗା, ଦେବଗଡ ଜିଲ୍ଲାର ରିଆମାଳ, ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, କନ୍ଧମାଳ ଜିଲ୍ଲାର ଖଜୁରୀପଡା, କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ସଦର, ମାଲକାନଗିରି ଜିଲ୍ଲାର ମାଲକାନଗିରି ସଦର, ମୟୁରଭଞ୍ଜ ଜିଲ୍ଲାର ଜିବି ନଗର, ନୟାଗଡ ଜିଲ୍ଲାର ଗଣିଆ ଓ ରାୟଗଡା ଜିଲ୍ଳାର ରମଣଗୁଡା ବ୍ଲକ୍ ।

ଆଜି ମୁଖ୍ୟମନ୍ତ୍ରୀ ବାହାନଗା ବ୍ଲକର ୨୪ ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୩୨୩ ଟି ପ୍ରକଳ୍ପ , ରିଆମାଳ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୬୧ ଟି ପ୍ରକଳ୍ପ, କବିସୂର୍ଯ୍ୟନଗର ବ୍ଲକର ୨୧ ଟି ପଞ୍ଚାୟତ ପାଇଁ ୫.୨୪ କୋଟି ଟଙ୍କାରେ ୧୦୪ଟି ପ୍ରକଳ୍ପ, ଖଜୁରୀପଡା ବ୍ଲକର ୧୪ଟି ପଚାଂୟତ ପାଇଁ ୨.୮୦ କୋଟି ଟଙ୍କାରେ ୧୦୦ଟି ପ୍ରକଳ୍ପ, କେନ୍ଦ୍ରାପଡା ସଦର ବ୍ଲକର ୨୬ ଟି ପଚାଂୟତ ପାଇଁ ୭.୨୭ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପ, ମାଲକାନଗିରି ସଦର ବ୍ଲକର ୧୯ଟି ପଚାଂୟତ ପାଇଁ ୩.୨୫ କୋଟି ଟଙ୍କାରେ ୨୧୦ଟି ପ୍ରକଳ୍ପ, ଜିବି ନଗର ବ୍ଲକର ୧୨ ଟି ପଚାଂୟତ ପାଇଁ ୩ କୋଟି ଟଙ୍କାରେ ୮୭ ଟି ପ୍ରକଳ୍ପ, ଗଣିଆ ବ୍ଲକର ୮ ଟି ପଚାଂୟତ ପାଇଁ ୨.୦୨୫ କୋଟି ଟଙ୍କାରେ ୧୨୪ ଟି ପ୍ରକଳ୍ପ ଓ ରମଣଗୁଡା ବ୍ଲକର ୧୧ ଟି ପଚାଂୟତ ପାଇଁ ୨.୨୦୫ କୋଟି ଟଙ୍କାରେ ୬୪ ଟି ପ୍ରକଳ୍ପ ।

ଏହିପରି ସମୁଦାୟ ୯ଟି ବ୍ଲକର ୧୬୦ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୬.୦୪ କୋଟି ଟଙ୍କାରେ ୧୪୪୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୭୮ ଟି ବ୍ଲକର ୬୧୦୫ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ୫୬,୨୩୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୩୯୮.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.