Latest Odisha News

ଟ୍ରାଫିକ୍ ପୋଷ୍ଟକୁ ପୁଣି ଫେରିଲେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ପ୍ରତାପ

ଭୁବନେଶ୍ୱର : ରାଜଧାନୀର ଚର୍ଚ୍ଚିତ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ପ୍ରତାପ ଖଣ୍ଡୁଆଳଙ୍କ ବଦଳି ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ପରେ ପୁନର୍ବାର ସେ ଟ୍ରାଫିକ ପୋଷ୍ଟକୁ ଫେରିଛନ୍ତି । ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଦ୍ୱାରା ସେ ସତ୍ୟନଗର ଟ୍ରାଫିକ୍ ପୋଷ୍ଟ ଠାରେ ପୁନଃ ଅବସ୍ଥାପିତ ହୋଇଛନ୍ତି ।

ପ୍ରତାପ ଖଣ୍ଡୁଆଳ ଜଣେ ଟ୍ରାଫିକ୍ ପୋଲିସ ଭାବେ ରାଜଧାନୀର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ଦାୟିତ୍ୱ ନିର୍ବାହ କରିଥାନ୍ତି କିନ୍ତୁ ତାଙ୍କର ଅଭିନବ ଢଙ୍ଗର ବ୍ରେକ୍ ଡ୍ୟାନ୍ସ ମାଧ୍ୟମରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ହୈତୁ ଗଣମାଧ୍ୟମରେ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

ରାଜଧାନୀର ବ୍ୟସ୍ତବହୁଳ ଟ୍ରାଫିକ୍ ପୋଷ୍ଟ ଗୁଡିକରେ ତାଙ୍କର ଏହି ଡ୍ୟାନ୍ସିଂ ଷ୍ଟାଇଲର ଟ୍ରାପିକ୍ ନିୟନ୍ତ୍ରଣ ଦେଖିବା ପାଇଁ ପଥଚାରୀମାନେ ବେଶ ଉତ୍ସୁକତାର ସହ ଉପଭୋଗ କରିଥାନ୍ତି । କିନ୍ତୁ କିଛିଦିନ ପୂର୍ବରୁ ତାଙ୍କ ଟ୍ରାଫିକ୍ ପୋଷ୍ଟରୁ ଅପସାରଣ କରାଯାଇ ଗେଟ୍ କିପର୍ ଭାବେ ଅବସ୍ଥାପିତ କରାଯାଇଥିଲା । ଏନେଇ ପ୍ରତାପ କ୍ଷୋଭ ପ୍ରକାଶ କରିବା ସହିତ ଚାକିରିରୁ ଇସ୍ତଫା ଦେବା ପାଇଁ ମନସ୍ତ କରିଥିଲେ । ଏସମ୍ପର୍କରେ ଗଣମାଧ୍ୟରେ ପ୍ରସାରିତ ହେବା ପରେ ପ୍ରତାପଙ୍କ ଏହି ବଦଳି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବାରୁ ଚର୍ଚ୍ଚା ଜୋର ଧରିଥିଲା ।

ଏସମ୍ପର୍କରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଜାଣିବା ପରେ ଏହି ଘଟଣାରେ ଦୃଢ ପଦକ୍ଷେପ ନେବା ପାଇଁ ଆଶ୍ୱାସନା ଦେଇଥିଲେ ।

ତେବେ ଇତିମଧ୍ୟରେ ତାଙ୍କ ନିର୍ଦ୍ଦେଶ କ୍ରମେ ବଦଳିକୁ ବାତିଲ କରାଯାଇ ତାଙ୍କୁ ପୁନଶ୍ଚ ଟ୍ରାଫିକ୍ ପୋଷ୍ଟରେ ଅବସ୍ଥାପିତ କରାଯାଇଛି ।

ଏହି ୩୩ ବର୍ଷ ବୟସ୍କ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ପ୍ରତାପ ଖଣ୍ଡୁଆଳ ଗଣମାଧ୍ୟମ ଆଗରେ କହିଛନ୍ତି “ତାଙ୍କର ଏହି ଅଭିନବ ଢଙ୍ଗରେ ଟ୍ରାଫିକ୍ ନିୟନ୍ତ୍ରଣକୁ ଦେଖି ପ୍ରଶଂସା କରିବା ସହିତ ବାଙ୍ଗାଲୋରର ଏକ ସଂସ୍ଥା ତାଙ୍କୁ ୬୦ ହଜାର ଟଙ୍କା ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ । ଏହି ପୁରସ୍କାର ରାଶିରେ ସେ ଏକ ମୋଟର ସାଇକେଲ କିଣିଥିଲେ ଏବଂ ତାଙ୍କ ସାଙ୍ଗମାନେ ଇର୍ଷାନ୍ୱିତ ହୋଇଥିଲେ ।

Leave A Reply

Your email address will not be published.