Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ ଯୋଜନା: ମୁଖ୍ୟମନ୍ତ୍ରୀ ୬ଟି ବ୍ଲକକୁ ୩୪.୪୫୬ କୋଟି ଟଙ୍କା ମଞ୍ଜୁର କଲେ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୬ଟି ବ୍ଲକର ୧୪୭ଟି ପଞ୍ଚାୟତ ପାଇଁ ୩୪. ୪୫୬ କୋଟି ଟଙ୍କାରେ ୧୪୧୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ତରଭା ବ୍ଳକର ୨୧ଟି ପଞ୍ଚାୟତ ଲାଗି ୩.୫୯ କୋଟି ଟଙ୍କାରେ ୧୪୧ଟି ପ୍ରକଳ୍ପ, ବସ୍ତା ବ୍ଲକର ୩୧ଟି ପଞ୍ଚାୟତ ଲାଗି ୭.୧୫କୋଟି ଟଙ୍କାରେ ୩୨୩ଟି ପ୍ରକଳ୍ପ, ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ଲାଗି ୮.୭୯ କୋଟି ଟଙ୍କାରେ ୩୧୭ଟି ପ୍ରକଳ୍ପ, ଆଗଲପୁର ବ୍ଲକର ୨୦ଟି ପଞ୍ଚାୟତ ଲାଗି ୫.୨୫ କୋଟି ଟଙ୍କାରେ ୨୬୨ଟି ପ୍ରକଳ୍ପ, ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ ଲାଗି ୪.୫୦କୋଟି ଟଙ୍କାରେ ୧୨୬ଟି ପ୍ରକଳ୍ପ ଓ ଝରିଗାଁ ବ୍ଲକର ୨୨ଟି ପଞ୍ଚାୟତ ଲାଗି ୫.୫୩୫କୋଟି ଟଙ୍କାରେ ୨୫୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.