Latest Odisha News

BREAKING NEWS

ତୃତୀୟ ଦିନିକିଆ: ଇଂଲଣ୍ଡ ଜିତିଲା, ଭାରତ ୨-୧ରେ ସିରିଜ ହାରିଲା

ଲିଡସ୍ : ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ତୃତୀୟ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରି ସିରିଜ ବିଜୟୀ ହୋଇଛି ।

୮ ୱିକେଟ ହରାଇ ୨୫୬ ରନ କରିଥିଲା । ଦଳୀୟ ସ୍କୋର ମାତ୍ର ୧୩ ରନ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ । ତେବେ ଶିଖର ଧାୱନଙ୍କ ଉପଯୋଗୀ ୪୪ରନ ଏବଂ କପ୍ତାନ କୋହଲୀଙ୍କ ନିର୍ଭରଯୋଗ୍ୟ ୭୧ ରନ ବଳରେ ଭାରତ ଏକ ବିଶାଳ ସ୍କୋର ଛିଡ଼ା କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା ।

ଇଂଲଣ୍ଡ ୪୪.୩ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୨୬୦ ରନ କରି ମ୍ୟାଚରେ ଜିତିଲା । ଜୋଏ ରୁଟ ୧୦୦ରନ, ମୋରଗାନ ୮୮, ଭିନ୍ସ ୨୭ ଓ ବାରିଷ୍ଟ ୩୦ ରନ କରିଥିଲେ । ଇଂଲଣ୍ଡର ଆଦିଲ ରସିଦଙ୍କୁ ପ୍ଲେୟାର ଅଫ ମ୍ୟାଚ ଘୋଷିତ କରାଯାଇଥିଲା । ଜୋଏ ରୁଟ ପ୍ଲେୟାର ଅଫ ଦି ସିରିଜ ଟ୍ରଫି ହାସଲ କରିଛନ୍ତି ।

Leave A Reply

Your email address will not be published.