Latest Odisha News

BREAKING NEWS

ହାଇସ୍କୁଲ୍ ପରେ 5T ଅଧିନରେ ବଦଳିବ ଜିଲ୍ଲା ଚିକିତ୍ସାଳୟର ରୂପରେଖ

ଭୁବନେଶ୍ୱର: 5T ଅଧିନରେ ରୂପାନ୍ତରିତ ହେବ ଚିକିତ୍ସାଳୟ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ । ସମସ୍ତ ଜିଲ୍ଲା ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପ୍ରତି ବିଧାନସଭା କ୍ଷେତ୍ରରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ଲାଗି ପ୍ରାଥମିକତା ଦିଆଯିବ । ବିଶେଷକରି ଫାଷ୍ଟ ରେଫେରାଲ୍ ୟୁନିଟ୍ (FRUs)କୁ ଅଗ୍ରାଧିକାର ଦିଆଯିବ । ଯେଉଁଠି ଏଫ୍ଆରଉ ନଥିବେ ସେଠାରେ ଅଧିକ କେସ୍ ଲୋଡ୍ ରହୁଥିବା ଉପଖଣ୍ଡ ଚିକିତ୍ସାଳୟ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ କରାଯିବ ।

ଅଧିକ ବ୍ୟୟବହୁଳ କୋଠାକୁ ପ୍ରଥମ ପର୍ଯ୍ୟାୟ ରୂପାନ୍ତିକରଣରେ ସାମିଲ୍ କରାଯିବ ନାହିଁ । ଯେଉଁ ଚିକିତ୍ସାଳୟକୁ ଅଧିକ ରୋଗୀ ଆସୁ ନଥିବେ ସେ ସବୁର ମଧ୍ୟ 5Tରେ ରୂପାନ୍ତରଣ ହେବ ନାହିଁ । ଆସନ୍ତା ୫ ଦିନ ମଧ୍ୟରେ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗୋଟିଏ ଲେଖାଏ ହସ୍ପିଟାଲ ନା ଦେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

Leave A Reply

Your email address will not be published.