Latest Odisha News

BREAKING NEWS

‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ

ଅମରାବତୀ: ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ। ‘ଅମରାବତୀ’ କୁ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ମିଳିଲା ଆଇନଗତ ସ୍ୱୀକୃତି। ଆନ୍ଧ୍ର ପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ।

ଗତ ବୁଧବାର ଦିନ ଲୋକସଭାରେ ଅମରାବତୀକୁ ଆନ୍ଧ୍ରପ୍ରଦେଶର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ଭାବରେ ମାନ୍ୟତା ପ୍ରଦାନ ବିଲ୍ ଗୃହୀତ ହୋଇଛି। ବିଜେପି, କଂଗ୍ରେସ ଏବଂ ଟିଡିପି ଏହି ବିଲ୍କୁ ସମର୍ଥନ କରିଥିଲେ। ଲୋକସଭାରେ ଏହି ବିଲ୍ ସ୍ୱର ଭୋଟରେ ଗୃହୀତ ହୋଇଥିଲା। ଆଜି ‘ଅମରାବତୀ’ କୁ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି।

ଲୋକସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ମାନିକମ୍ ଟାଗୋର କହିଛନ୍ତି ଯେ କଂଗ୍ରେସ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ, ଏହା ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରୁଛି। ସେ କହିଥିଲେ, “ଅମରାବତୀକୁ ବେଙ୍ଗାଲୁରୁ, ଚେନ୍ନାଇ କିମ୍ବା ହାଇଦ୍ରାବାଦ ପରି ବିକଶିତ ହେଉ। ବିଶାଖାପାଟଣା, ତିରୁପତି ଏବଂ କୁର୍ଣ୍ଣୁଲ ମଧ୍ୟ ବିକଶିତ ହେଉ। ଆମେ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବରେ ଅମରାବତୀକୁ ସମର୍ଥନ କରୁ।”

ବିତର୍କରେ ଅଂଶଗ୍ରହଣ କରି ଟିଡିପି ସଦସ୍ୟ ଏବଂ ଗ୍ରାମୀଣ ବିକାଶ ଏବଂ ଯୋଗାଯୋଗ ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ମଧ୍ୟ ସର୍ବସମ୍ମତିକ୍ରମେ ବିଲ୍ ପାସ୍ କରିବାକୁ ଗୃହକୁ ନିବେଦନ କରିଥିଲେ, କାରଣ ଏହା ଆନ୍ଧ୍ରପ୍ରଦେଶ ପାଇଁ ଏକ ସ୍ଥାୟୀ ରାଜଧାନୀ ସୁନିଶ୍ଚିତ କରିବ।

ବିଲ୍‌କୁ ସମର୍ଥନ କରି ବିଜେପି ସଦସ୍ୟ ସିଏମ୍ ରମେଶ କହିଛନ୍ତି ଯେ ସ୍ୱାଧୀନ ଭାରତର ଇତିହାସରେ ଏହା ପ୍ରଥମ ଥର ଯେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ରାଜ୍ୟର ରାଜଧାନୀ ଘୋଷଣା କରି ସଂସଦରେ ଏକ ବିଲ୍ ଆଗତ କରାଯାଇଛି।

ସେ କହିଛନ୍ତି ଯେ ଏବେଠାରୁ, କେହି ଆନ୍ଧ୍ର ପ୍ରଦେଶର ରାଜଧାନୀର ସ୍ଥିତି ସହିତ ହେରଫେର କରିପାରିବେ ନାହିଁ, କାରଣ ଅମରାବତୀ ରାଜ୍ୟର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ହେବ। ରମେଶ ଆନ୍ଧ୍ର ପ୍ରଦେଶ ପାଇଁ ତିନୋଟି ରାଜଧାନୀ ସୃଷ୍ଟି କରିବା ପାଇଁ ପୂର୍ବ ରାଜ୍ୟ ସରକାରଙ୍କ ପଦକ୍ଷେପକୁ କଡ଼ା ସମାଲୋଚନା କରି ଏହି ନିଷ୍ପତ୍ତିକୁ ଅଯୌକ୍ତିକ ଏବଂ ଅବାନ୍ତର ବୋଲି କହିଛନ୍ତି।

Leave A Reply

Your email address will not be published.