Latest Odisha News

BREAKING NEWS

ପଟିଆଲାରୁ ଲଢ଼ିବେ କ୍ୟାପ୍ଟେନ ଅମରିନ୍ଦର

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଆଗାମୀ ବିଧାନସଭା ନିର୍ବାଚନରେ ପଟିଆଲାରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । କ୍ୟାପ୍ଟେନଙ୍କ ଗଡ ଭାବେ ପରିଚିତ ପଟିଆଲାରେ ସେ ୪ଥର ବିଜୟ ହାସଲ କରିଛନ୍ତି । ୪୦୦ ବର୍ଷ ହେଲା ଏହା ଆମ ପରିବାର ସହିତ ରହିଛି । ଆଉ ନବଜୋତ ସିଂ ସିଦ୍ଧୁଙ୍କ ପାଇଁ ମୁଁ ଏହାକୁ ଛାଡି ପାରିବି ନାହିଁ । ୨୦୧୭ରେ ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନ ଜିତିଥିଲା ।

ସିଦ୍ଧୁଙ୍କ ସହ ମତ ପାର୍ଥକ୍ୟ ଯୋଗୁ ସେ ଦଳ ଛାଡିଥିଲେ । ସେ ଏବେ ଲୋକ କଂଗ୍ରେସ ନାମରେ ନୂତନ ଦଳ ଗଠନ କରିବା ସହ ବିଜେପି ସହିତ ମେଂଟ କର ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ଅପରପକ୍ଷରେ ଅକାଳୀ ଦଳ ବହୁଜନ ସମାଜ ପାର୍ଟି ସହ ହାତ ମିଳାଇଛି । ଆମ ଆଦମୀ ପାର୍ଟି ଓ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.