Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବିଜେପିରେ ଯୋଗ ଦେଇଛନ୍ତି । ଅବଶ୍ୟ ପ୍ରାୟ ଏକ ସପ୍ତାହ ଧରି ସେ ବିଜେପିରେ ମିଶିବେ ବୋଲି ଖବର ପ୍ରକାଶ ପାଇଥିଲା । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପଂହଚି ଅମରିନ୍ଦର ବିଧିବଦ୍ଧ ଭାବେ ଦଳରେ ଯୋଗଦାନ କରିଥିଲେ । ସେ ତାଙ୍କ ପାର୍ଟିକୁ ମଧ୍ୟ ବିଜେପିରେ ବିଲୟ କରାଇଛନ୍ତି । ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ କିରନ ରିଜଜୁ ଓ ନରେନ୍ଦ୍ର ସିଂ ତୋମାର କ୍ୟାପଟେନକୁ ସ୍ୱାଗତ କରିଥିଲେ । ତାଙ୍କ ଉପସ୍ଥିତି ପଞ୍ଜାବରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି ।

ବିଜେପ ପକ୍ଷରୁ ପୂର୍ବରୁ ୭୫ ବର୍ଷ ଉପରର ନେତାଙ୍କୁ ଟିକେଟ ମିଳିବ ନାହିଁ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୮୦ ବର୍ଷୀୟ ଅମରିନ୍ଦରଙ୍କୁ ସେ କେଉଁ ଦାୟିତ୍ୱ ଦେଉଛନ୍ତି ତାହା ଦେଖିବା କଥା । ତାଙ୍କ ପୁଅ ରଣଇନ୍ଦ୍ର ସିଂ ଓ ଝିଅ ଜୟ ଇନ୍ଦର କୌରଙ୍କ ମଧ୍ୟରୁ ଜଣଙ୍କୁ ବିଜେପି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.