Latest Odisha News

BREAKING NEWS

ଜିଲ୍ଲାପାଳଙ୍କ ଜନଶୁଣାଣିରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶ୍ୟାମାଚରଣପୁର ଷ୍ଟେସନ ଠାରେ ଗତ ୦୨.୦୯.୨୦୨୨ତାରିଖ ସନ୍ଧ୍ୟା ସମୟରେ ରେଳଧାରଣା ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା G. R. P  ପୋଲିସ  । ତେବେ ଏହି ଘଟଣାକୁ ହତ୍ୟା କାଣ୍ଡର ଅଭିଯୋଗ ଆଣି ମୃତ ଯୁବକଙ୍କ ପାରିବାର ଲୋକଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଅଭିଯୋଗ ପତ୍ର ଦାଖଲ କରି ଦାବି କରିଥିଲେ   ।

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ କଲୁରିଆ ପଂଚାୟତ ଅଧିନସ୍ତ ଠାକୁରପାଳ ଗ୍ରାମର ବାସିନ୍ଦା ଗଙ୍ଗାଧର ପାଣିଗ୍ରାହୀଙ୍କ ପୁଅ ବିଶ୍ୱଜିତ ପାଣିଗ୍ରାହୀ (୨୫) ତାଙ୍କ ନିଜ ସମ୍ପର୍କୀୟ କୁଟୁମ୍ବର ଭାଇ ବିମ୍ବାଧର ପାଣିଗ୍ରାହୀଙ୍କ ପୁଅ ସରୋଜ କୁମାର ପାଣିଗ୍ରାହୀଙ୍କ ପାଖରେ ଆଜିକୁ ୪-୫ବର୍ଷ ହେବ କାମକରି ଆସୁଥିଲେ  । ବିଶ୍ୱଜିତଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତିକରି ବହୁଦିନରୁ ଥିବା ବକେୟା ଅର୍ଥ ଓ ସରୋଜଙ୍କ ବେନିୟମ ବ୍ୟବସାୟ ସମ୍ପର୍କରେ ବିଶ୍ୱଜିତ ଆଗରୁ ଜାଣିଥିଲେ  । ଫଳରେ ସରୋଜଙ୍କ ସହ ତାଙ୍କ ଦୁଇ ପୁଅ ସୁନୀଲ ଓ ଅନିଲ ଯୋଜନା ବଧ୍ୟ ଭାବେ ବିଶ୍ୱଜିତଙ୍କୁ ବକେୟା ଅର୍ଥ ଦେଇ କାମକରେଇବା ବାହାନାରେ ଠାକୁରପାଳ ଗ୍ରାମର ବହ୍ଲବ ସାହୁଙ୍କ ଦ୍ୱାରା ଘରୁ ବିଶ୍ୱଜିତଙ୍କୁ  ଡକାଇ ନେଇଥିଲେ  ।

ଏହାପରେ ନିର୍ଜନ ସ୍ଥାନକୁ ନେଇ ନିର୍ମମ ଭାବେ ଯୋଜନା ବଧ୍ୟ ହତ୍ୟାକରାଯାଇ  ତାଙ୍କ ମୃତ ଶରୀରକୁ ଶ୍ୟାମଚରଣପୁର ରେଳଧାରଣା ଉପରେ ପକାଇ ଆତ୍ମହତ୍ୟାର ରୁପ ଦେଉଥିବାର ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକମାନେ  ।  ଏଣୁ ବିଶ୍ୱଜିତଙ୍କ ସାନଭାଇ ରଞ୍ଜିତ ଓ ତାଙ୍କ ମାଆ ଆଜି ମିଳିତ ଜନଶୁଣାଣି ଅଭିଯୋଗ କେନ୍ଦ୍ରରେ ଜିଲ୍ଲାପାଳଙ୍କୁ ଏହାର ସଠିକ ତଦନ୍ତ ସହ କ୍ରାଇମବ୍ରାଞ୍ଚକୁ ଦାଇତ୍ୱ ଦେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କୁ ଅଭିଯୋଗ ପତ୍ର ମାଧ୍ୟ୍ୟମରେ ନିବେଦନ କରିଛନ୍ତି   ।

 

 

 

 

 

 

 

 

Leave A Reply

Your email address will not be published.