ନୂଆଦିଲ୍ଲୀ: ଦୀର୍ଘ ଦିନର ବିବାଦ ପରେ ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୫ ଟାରେ କଂଗ୍ରେସ ବିଧାନସଭା ପାର୍ଟି ବୈଠକ ପୂର୍ବରୁ ସେ ତାଙ୍କର ଘନିଷ୍ଠ ବିଧାୟକଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ ଏବଂ ଏହା ପରେ ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିଲେ।
ନିଜ ବ୍ୟତୀତ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ସମଗ୍ର ମନ୍ତ୍ରୀ ପରିଷଦର ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି। ଏହାପରେ କଂଗ୍ରେସକୁ ଯେ କେବଳ ନୂଆ ମୁଖ୍ୟମନ୍ତ୍ରୀ ନୂହେଁ ବରଂ ପୁରା କ୍ୟାବିନେଟ୍ର ଚୟନ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
Comments are closed.